www.samajalive.in
Sunday, December 14, 2025
26.1 C
Bhubaneswar

ବିଶ୍ବବିଦ୍ୟାଳୟର ବିକାଶ ପାଇଁ ଅଣଶିକ୍ଷକ କର୍ମଚାରୀ ସେମାନଙ୍କ ଦକ୍ଷତା ଓ ପ୍ରଭିଭା ପ୍ରଦର୍ଶନ କରିବାକୁ କୁଳପତିଙ୍କ ଆହ୍ବାନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଣଶିକ୍ଷକ କର୍ମଚାରୀଙ୍କ ଦକ୍ଷତା ବିକାଶ ଉପରେ ଏକ ଆଲୋଚନାଚକ୍ର ଉତ୍କଳ ବିଶ୍ବବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସମସ୍ତଙ୍କ ନିକଟରେ ଦକ୍ଷତା ଏବଂ ପ୍ରତିଭା ରହିଛି। ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ସମୟାନୁବର୍ତ୍ତିତା ହେବା ଜରୁରୀ। କର୍ମ କ୍ଷେତ୍ରରେ ସମୟାନୁବର୍ତ୍ତିତା ରହିଲେ ଏବଂ ଠିକଣା ଢଙ୍ଗରେ କାର୍ଯ୍ୟ ସମ୍ପାଦନ କଲେ ତାହା ଉପାଦେହ ସାବ୍ୟସ୍ତ ହେବ। ବିଶ୍ବବିଦ୍ୟାଳୟର ବିକାଶ ପାଇଁ ଅଣଶିକ୍ଷକ କର୍ମଚାରୀ ସେମାନଙ୍କ ଦକ୍ଷତା ଓ ପ୍ରଭିଭା ପ୍ରଦର୍ଶନ କରିବାକୁ କୁଳପତି ଆହ୍ବାନ ଦେଇଥିଲେ।

କୁଳସଚିବ ଡ. ଅଭୟ କୁମାର ନାୟକ ନୀତି ନିୟମକୁ ସକାରାତ୍ମକ ଆଭିମୁଖ୍ୟରେ ଉପଯୋଗ କରି ପରିବର୍ତ୍ତିତ ନିର୍ଦ୍ଧାରିତ ପ୍ରଶାସନିକ ଦକ୍ଷତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସମସ୍ତେ ପରିବର୍ତ୍ତନକୁ ଗ୍ରହଣ କରିବା ସହ ବୈଷୟିକ ଜ୍ଞାନ ଆପଣାଇବା ଦରକାର ବୋଲି କହିଥିଲେ। ଦୈନନ୍ଦିନ ଜୀବନରେ ସକାରାତ୍ମକ ଚିନ୍ତାଧାରା ରହିବା ଦ୍ୱାରା ଦକ୍ଷତା ବୃଦ୍ଧି ପାଇଆ ବୋଲି ସେ ପ୍ରକାଶ କରିଥିଲେ।

- Advertisement -

ବିତ୍ତ ନିୟନ୍ତ୍ରକ ଗୌତମ ପ୍ରଧାନ କାର୍ଯ୍ୟକ୍ଷେତ୍ରରେ ଆର୍ଥିକ ସମସ୍ୟା, ପ୍ରକ୍ରିୟା ଏବଂ ଏହାର ସମାଧାନର ପଦ୍ଧତି ଉପରେ ଗୁରୁତ୍ୱାରୋପ କରିଥିଲେ। ସାପ୍ତାହିକ କ୍ୟାସ୍ ବୁକ୍ ରକ୍ଷଣାବେକ୍ଷଣ, ବାସ୍ତବ ବଜେଟ୍ ପ୍ରସ୍ତୁତି, ମୌଳିକ ନିୟମାବଳୀକୁ ଅନୁସରଣ କରି କ୍ରୟ ପ୍ରକ୍ରିୟା ଉପରେ ଧ୍ୟାନ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ।

ସିଡିସି ନିର୍ଦ୍ଦେଶକ ପ୍ରଫେସର ନିଗମାନନ୍ଦ ଦାସ ବିଭିନ୍ନ ମାନ୍ୟତା ମାନ ପୂରଣ କରିବାରେ ଅଣଶିକ୍ଷକ କର୍ମଚାରୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ବିଶ୍ବବିଦ୍ୟାଳୟକୁ ସଫଳତା ଆଣିଦେବାରେ ଅଣଶିକ୍ଷକ କର୍ମଚାରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଅଟେ ବୋଲି ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଏଆଇୟୁଇସିର ଉପସଭାପତି ବି. ଏନ୍. ରାୟ, ଏଓୟୁଏଫ୍ଏଫ୍ ସଭାପତି ଆର. କେ. ସାମନ୍ତରାୟଙ୍କ ସମେତ ଓଡ଼ିଶାରୁ ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ ଅଣଶିକ୍ଷକ କର୍ମଚାରୀ ଯୋଗ ଦେଇଥିଲେ। ଆବାହକ ଅଜୟ କୁମାର ରଥ ଆଲୋଚନା ଚକ୍ରକୁ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories