www.samajalive.in
Saturday, December 13, 2025
26.1 C
Bhubaneswar

ଗୁଳି ବେଗରେ ଯାଉଥିବା ୫ ସୁପରବାଇକ୍‌

ନୂଆଦିଲ୍ଲୀ – ଯୁବ ପୀଢି  କେତକ ସୁପର୍‌ବାଇକ୍‌କୁ ବେଶ୍‌ ପସନ୍ଦ କରୁଛନ୍ତି । ସେମାନେ ଏହାର ଲୁକ୍‌ ସହ ସ୍ପିଡ୍‌ ଉପରେ ଗୁରୁତ୍ୱ ଦେଉଛନ୍ତି ।ଭାରତରେ ଏପରି କିଛି ସୁପର ବାଇକ୍‌କୁ ଲଞ୍ଚ କରାଯାଇଛି । ସେମାନଙ୍କ ମଧ୍ୟରୁ ୫ଟି ବାଇକ୍‌ର ତଥ୍ୟ ନିମ୍ନରେ ବର୍ଣ୍ଣନା କରାଯାଇଛି।

କାଓ୍ୱାସାକି ନିଞ୍ଜା ଏଚ୍‌୨- ଭାରତୀୟ ବଜାରର କାଓ୍ୱାସାକି ଏହାର ଆଧୁନିକତମ ମଟରସାଇକେଲ୍‌ କାଓ୍ୱାସାକି ନିଞ୍ଜା ଏଚ୍‌୨କୁ ଲଞ୍ଚ୍‌ କରିଛି । ଏହାର ମୂଲ୍ୟ ପ୍ରାୟ୭୯.୯୦ ଲକ୍ଷ ଟଙ୍କା । ୯୯୮ ସିସିର ଏହି ମଟର ସାଇକେଲ୍‌ ମାତ୍ର ଗୋଟିଏ ସେକେଣ୍ଡରେ ଗୁଳି ବେଗରେ ଗତି କରିପାରିବ ।ଏଥିରେ ୬ ସ୍ପିଡ୍‌ ରିଟନ୍‌ ଟ୍ରାନ୍ସ ମିସନ୍‌ ରହିଛି । ପ୍ରତି ଲିଟରର ଏହା ସର୍ବାଧିକ ୧୮ କିଲୋମିଟର ମାଇଲେଜ୍‌ ଦେଇପାରେ ।

- Advertisement -

ସୁଜୁକି ହାୟାବୁସା- ସୁଜୁକି ପକ୍ଷରୁ ସୁଜୁକି ହାୟାବୁସାକୁ ଭାରତରେ ଲଞ୍ଚ୍‌ କରାଯାଇଛି । ସାରା ବିଶ୍ୱରେ ସୁଜୁକି ହାୟାବୁସା ବେଶ୍‌ ଲୋକପ୍ରିୟତା ହାସଲ କରିଛି । ଏହା୧୩୪୦ ସିସିର ମଟର ସାଇକେଲ୍‌ । ଏହାର ମୂଲ୍ୟ ପ୍ରାୟ ୧୭ ଲକ୍ଷ ଟଙ୍କା ।

ବିଏମ୍‌ଡବ୍ଲୁ୧୦୦୦ ଆର୍‌ଆର୍‌ – ଏହା ଏକ ଫ୍ଲାଗ୍‌ ସିପ୍‌ ମଟର ସାଇକେଲ୍‌ । ଏହାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ୯୯୯ ସିସି ବିଶିଷ୍ଟ ଏହି ମୟର ସାଇକେଲ୍‌ ୧୬୨.୨୬ ବିଏଚ୍‌ପି ପାଓ୍ୱାର ଜେନେରେଟ୍‌ କରିପାରେ ।

ଡୁକାଟି ପାନିଗେଲ୍‌ ଭି୪ – ଏହାର ମୂଲ୍ୟ ପ୍ରାୟ ୨୭ ଲକ୍ଷ ୫୦ ହଜାର ଟଙ୍କା । ଲୁକ୍ସ ପାଇଁ ଯୁବପୀଢି ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି । ୧୧୦୩ ସିସି ବିଶିଷ୍ଟ ଏହି ମଟରସାଇକେଲ୍‌ ୨୧୨ ବିଏଚ୍‌ପି ପାଓ୍ୱାର ଜେନେରେଟ୍‌ କରୁଛି ।

ହେଣ୍ଡା ସିବିଆର୍‌ ୧୦୦୦ ଆର୍‌ଆର୍‌ – ଏହା ବେଶ୍‌ ଲୋକପ୍ରିୟ ସୁପର ବାଇକ୍‌ । ଏହାର ନୂଆ ଭାରିଆଣ୍ଟ୍‌ ଏବେ ବଜାରରେ ଉପଲବ୍ଧ । ୨୩ ଲକ୍ଷ ୭୪ ହଜାର ଟଙ୍କା ବିଶିଷ୍ଟ ଏହି ମଟର ସାଇକେଲ୍‌ ୧୦୦୦ ସିସି ବିଶିଷ୍ଟ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories