www.samajalive.in
Monday, December 8, 2025
13.1 C
Bhubaneswar

ଆପଣଙ୍କର ଅଛି କି ଉଚ୍ଚ ରକ୍ତଚାପ ସମସ୍ୟା? ଆରମ୍ଭ କରନ୍ତୁ ସେବନ..

ବର୍ତ୍ତମାନ ସମୟରେ ପରିବର୍ତ୍ତନଶୀଳ ଜୀବନଶୈଳୀ ଓ କେତେକ ଖାଦ୍ୟପେୟ କାରଣରୁ ଉଚ୍ଚ ରକ୍ତଚାପ ସମସ୍ୟା ସାଧାରଣ ହୋଇ ଯାଇଛି। ଏହା ସଭିଁଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଉଚ୍ଚ ରକ୍ତଚାପ ନିୟନ୍ତ୍ରିତ ହୋଇ ରହିବା ନିତାନ୍ତ ଆବଶ୍ୟକ। ନଚେତ୍‌‌ ଏହା ଅନେକ ମାରାତ୍ମକ ରୋଗର କାରଣ ପାଲଟିଥାଏ। ତେବେ ଯେଉଁ ମାନଙ୍କର ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ରହିଛି, ସେମାନେ ନିଜ ଖାଦ୍ୟପେୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ। ଏହାସହ ଅଧିକ ଫ୍ୟାଟ୍‌‌ ଥିବା ଜିନିଷ ଠାରୁ ନିଜକୁ ଦୂରେଇ ରଖିବା ଉଚିତ। ଏଭଳି କିଛି ସ୍ୱତନ୍ତ୍ର ଖାଦ୍ୟ ବିଷୟରେ ଜାଣନ୍ତୁ, ଯାହା ଉଚ୍ଚ ରକ୍ତଚାପ ରୋଗୀ ସେବନ କରିବା ଦ୍ୱାରା ବେଶ ଲାଭଦାୟକ ହୋଇଥାଏ। ଜାଣନ୍ତୁ..

ଉଚ୍ଚ ରକ୍ତଚାପ ରୋଗୀ ବେରିଜ୍‌‌ ସେବନ କରିପାରିବେ। ଏହି ଫଳ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ।

- Advertisement -

କିୱି- କିୱିରେ ମାଗ୍ନେସିୟମ, ପୋଟାସିୟମ, ଭିଟାମିନ ସି ଓ ଅନ୍ୟ ପୋଷକ ତତ୍ତ୍ୱ ଭରପୁର ପରିମାଣରେ ରହିଛି। ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ବେଶ୍‌‌ ସହାୟକ ହୋଇଥାଏ। ତେଣୁ ଉଚ୍ଚ ରକ୍ତଚାପ ରୋଗୀ ନିଜ ଖାଦ୍ୟରେ କିୱିକୁ ନିଶ୍ଚୟ ସାମିଲ କରନ୍ତୁ।

ତରଭୂଜ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶ ଲାଭଦାୟକ। ଏଥିରେ ପୋଟାସିୟମ, ଭିଟାମିନ ସି ଭଳି ଅନେକ ପୋଷକ ତତ୍ତ୍ୱ ରହିଛି। ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ। ଯେଉଁମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି, ସେମାନେ ତରଭୂଜ ନିଶ୍ଚୟ ସେବନ କରନ୍ତୁ।

କଦଳୀ – କଦଳୀରେ ପର୍ଯ୍ୟାପ୍ତ ମାତ୍ରାରେ ପୋଟାସିୟମ ରହିଛି। ଯାହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଲାଭଦାୟକ। ଏହାସହ ଏଥିରେ ପୋଟାସିୟମ, ଫାଇବର, ଓମେଗା-୩ ଆଦି ଭରପୁର ମାତ୍ରାରେ ରହିଛି। ଉଚ୍ଚ ରକ୍ତଚାପ ରୋଗୀ କଦଳୀ ସେବନ କରିବା ଲାଭଦାୟକ।

କମଳାରେ ଭିଟାମିନ ସି ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ପର୍ଯ୍ୟାପ୍ତ ପରିମାଣରେ ରହିଛି। ଏହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶ ଲାଭଦାୟକ। ରକ୍ତଚାପ ରୋଗୀ ନିୟମିତ କମଳା ସେବନ କରନ୍ତୁ।

 

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories