ଶାସ୍ତ୍ର ଅନୁଯାୟୀ ଶନି ଦେବତାଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। କର୍ମଅନୁଯାୟୀ ଶନି ସଭିଁଙ୍କୁ ଫଳ ଦେଇଥାଆନ୍ତି ବୋଲି ମାନ୍ୟତା ରହିଛି।
କୁହାଯାଏ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନରେ ଥରେ ଶନି ଦେବଙ୍କ ପ୍ରକୋପର ସାମ୍ନା କରିବାକୁ ପଡିଥାଏ। ଏହାଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ଅନେକ ସମସ୍ୟା ଦେଖାଯିବା ସହ ଆର୍ଥିକ କ୍ଷେତ୍ରରେ ସମସ୍ୟା ଲାଗି ରହିଥାଏ। ତେବେ ଶନିଙ୍କ କୃପା ପ୍ରାପ୍ତି ଓ ପ୍ରଭାବରୁ ମୁକ୍ତି ପାଇଁ କିଛି ସରଳ ଉପାୟ ବିଷୟରେ ଜାଣନ୍ତୁ..
ଶନିବାର ଦିନ ଶନିଦେବଙ୍କୁ ସୋରିଷ ତେଲ ଅର୍ପଣ କରନ୍ତୁ। ଏହାସହ ସନ୍ଧ୍ୟା ସମୟରେ ସୋରିଷ ତେଲର ଦୀପ ମଧ୍ୟ ନିଶ୍ଚୟ ଲଗାନ୍ତୁ।
ଶନିବାର ଦିନ ବିରି ଡାଲିରେ ଖେଚେଡି ପ୍ରସ୍ତୁତ କରି ଶନିଦେବଙ୍କୁ ଭୋଗ ଲଗାଇବା ସହ ଏହାକୁ ବାଣ୍ଟି ଦିଅନ୍ତୁ।
ଶନିବାର ଦିନ ଭଗବାନ ବିଷ୍ଣୁଙ୍କ ସହସ୍ରନାମ ପାଠ କରନ୍ତୁ ନଚେତ୍ ଶୁଣନ୍ତୁ। ଏହାଦ୍ୱାରା ଶନିଦେବଙ୍କ କୃପା ପ୍ରାପ୍ତି ହୋଇଥାଏ।
ଶନିବାର ଦିନ ପ୍ରଭୁ ହନୁମାନଙ୍କ ପୂଜା ନିଶ୍ଚୟ କରନ୍ତୁ। ଏହାସହ ହନୁମାନ ଚାଳିଶା ପାଠ କରନ୍ତୁ।
ଶନିବାର ଦିନ ଭଗବାନ ଶିବଶଙ୍କରଙ୍କୁ କଳାରାଶି ନିଶ୍ଚୟ ଅର୍ପଣ କରନ୍ତୁ।
ଶନିବାର ବିଶେଷ : ଏହି ୬ଟି ଉପାୟରେ ଶାନ୍ତ ହେବେ ଶନିଦେବ
Popular Categories



