www.samajalive.in
Saturday, December 13, 2025
26.1 C
Bhubaneswar

ସୁକମା ; ନକ୍ସଲ ଗୁଳିରେ ୩ ସୁରକ୍ଷାକର୍ମୀ ଶହୀଦ୍‌‌

ମାଲକାନଗିରି : ଛତିଶଗଡ ସୁକମାରେ ନକ୍ସଲ ଗୁଳିରେ ୩ ସୁରକ୍ଷାକର୍ମୀ ଶହୀଦ୍‌‌ ହୋଇଛନ୍ତି। ତଲାସି ଅଭିଯାନ ବେଳେ ନକ୍ସଲଙ୍କ ସହ ଆଜି ଗୁଳିବିନିମୟ ସମୟରେ ଏହି ଅଘଟଣ ଘଟିଛି। ଶହୀଦ୍‌‌ ୩ ଜଣ ଡିଆରଜି ଅଧିକାରୀ ହୋଇଥିବା ନେଇ ସୂଚନା ମିଳିଛି। ବର୍ତ୍ତମାନ ମଧ୍ୟ ଉକ୍ତ ଅଞ୍ଚଳରେ ତଲାସି ଅଭିଯାନ ଜାରି ରହିଛି।
ମାଲକାନଗିରି ସୀମାନ୍ତ ଛତିଶଗଡ ସୁକମା ଜିଲ୍ଲାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ତିନି ଜଣ ଯବାନ ଶହୀଦ୍‌‌ ହୋଇଛନ୍ତି । ସୂଚନା ଅନୁଯାୟୀ ସୁକୁମା ଜିଲା ଜଗୁରକଣ୍ଡ ଥାନା  ଅନ୍ତର୍ଗତ କୁଣ୍ଡେଡ ଜଙ୍ଗଲରେ ମାଓବାଦୀଙ୍କ ଏକ ଶିବିର ଥିବା ଖବର ପାଇ ଡି ଆର୍ ଜି ଯବାନ ମାନେ କୁମ୍ବିଂ ଅପରେଶନରେ ଯିବା ସମୟରେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ମାଓବାଦୀଙ୍କ ଆକ୍ରମଣରେ ୩ ଜଣ ଯବାନ ଶହୀଦ୍‌‌ ହୋଇଥିଲେ। ସେମାନେ ହେଲେ  ଏ ଏସ ଆଇ ରାମୁ ରାମ ନାଗ , ହାବିଲଦାର ଗଞ୍ଜାମ ଭିମା ଓ କୁଞ୍ଜମ୍ ଯୋଗା ଶହୀଦ୍‌‌ ହୋଇଛନ୍ତି । ଏହି ଘଟଣା ପରେ ବି ଏସ ଏଫ୍ ଓ ପୁଲିସର ଏକ ସ୍ବତନ୍ତ୍ର ଦଳ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି । ଘଟଣାସ୍ଥଳରୁ ପୁଲିସ ୨ ଟି ଏକେ ୪୭ ରାଇଫୋଲ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories