www.samajalive.in
Thursday, December 11, 2025
15.1 C
Bhubaneswar

ଖଲିଆପାଲି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଖଲିଆପାଲି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ହରିହର ସାହୁଙ୍କ ସଭାପତିତ୍ବରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଆକାଶବାଣୀ ସମ୍ବଲପୁରର ଘୋଷକ କୃଷ୍ଣ ଚନ୍ଦ୍ର କନ୍ଧେର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ, କଳାକାର ଛବିଳ ପ୍ରଧାନ, ସି ଆର୍ ସି ସି ଜହ୍ନାପଡା ରଞ୍ଜନ ବାଗ, ସରପଞ୍ଚ ବୁଗୁବୁଗl ଶେଷଦେବ ଛନ୍ଦ, ସମିତି ସଭ୍ୟ କୈଳାଶ ଚନ୍ଦ୍ର ଧାରୁଆ ପ୍ରମୁଖ ସମ୍ମାନିତ ଅତିଥି ରୂପେ ମଂଚାସିନ ଥିଲେ।

ମୁଖ୍ୟ ଅତିଥି ଛାତ୍ର ଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ ପାଇଁ କଠୋର ପରିଶ୍ରମ କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ସହିତ ବିଦ୍ୟାଳୟର ପରିବେଶକୁ ଅନୁଧ୍ୟାନ କରି ଏହାର ଚାରିପଟେ ପାଚେରୀ ଓ ଶ୍ରେଣୀ କୋଠରୀ ମରାମତି ପାଇଁ ତିନି ଲକ୍ଷ ଟଙ୍କାର ଅନୁଦାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆବଶ୍ୟକ ନୂତନ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ମଧ୍ୟ ସହାୟତା କରିବେ ବୋଲି ମଧ୍ୟ ସେ କହିଥିଲେ। ଶିକ୍ଷୟିତ୍ରୀ ଲକ୍ଷ୍ମୀ ପାଇକ ଓ ରୁଚିଶ୍ମିତା ସାହୁଙ୍କ ନିର୍ଦ୍ଦେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ପୂର୍ବରୁ ହୋଇଥିବା ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରେଣୀର ପାଠପଢ଼ାରେ ପ୍ରଥମ ସ୍ଥାନ ରଖୁଥିବା ଛାତ୍ରଛାତ୍ରୀଙ୍କୁ ନିଜସ୍ୱ ଅର୍ଥରେ ପୁରସ୍କୃତ କରି ଉତ୍ସାହିତ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories