www.samajalive.in
Monday, December 8, 2025
24.1 C
Bhubaneswar

ଋଷିକୁଲ୍ୟା ମୁହାଁଣରେ ବିରଳ ଅଲିଭ ରିଡଲେ କଇଁଛଙ୍କ ସାମୂହିକ ଅଣ୍ଡାଦାନ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ପୁରୁଣା ବନ୍ଧ ନିକଟରେ ଥିବା ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଗୁରୁବାର ବିରଳ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ସାମୂହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନୁକୂଳ ପାଗ ସାଙ୍ଗକୁ ଦକ୍ଷିଣା ପବନ ବହିବା ଫଳରେ ବର୍ତ୍ତମାନ ଏହି ଅଣ୍ଡା ଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡୁଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୂଆଁ ପୋଡ଼ମପେଟା ଗ୍ରାମଠାରୁ ବଟେଶ୍ୱର ମନ୍ଦିର ନିକଟସ୍ଥ ସମୁଦ୍ର ବେଳାଭୂମିରେ ବିରଳ ଅଲିଭ ରିଡେଲ କଇଁଛମାନେ ଉପରକୁ ଉଠି ଆସି ଅଣ୍ଡା ଦାନ କରୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ବନ ବିଭାଗ, ପର୍ଯ୍ୟଟକ, ପରିବେଶବିତ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି। ସୁରକ୍ଷିତ ସାମୂହିକ ଅଣ୍ଡାଦାନ ପାଇଁ ବନ ବିଭାଗ ପକ୍ଷରୁ ପୂର୍ବରୁ ପ୍ଲାଷ୍ଟିକ ବାଡ଼ ଦିଆଯାଇଛି। ବନ୍ୟଜନ୍ତୁ ଦାଉରୁ ଅଣ୍ଡା ସୁରକ୍ଷା ପାଇଁ ୫୦ଟି ସେଗମେଣ୍ଟ କରାଯାଇଛି।

ଏହି ଋଷିକୁଲ୍ୟା ମୁହାଣ ବେଳାଭୂମିରେ ୨୦୨୨ରେ ରେକର୍ଡ ସଂଖ୍ୟକ ୫ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ବ ଅଲିଭ ରିଡଲେଙ୍କ ଅଣ୍ଡା ଦାନ ହୋଇଥିଲା । ବେଳାଭୂମିର ବାଲୁକା ଶଯ୍ୟା ମଧ୍ୟରେ ସାମୁଦ୍ରିକ କଇଁଛମାନେ ପଛ ଦୁଇ ଗୋଡ଼ ସାହାଯ୍ୟରେ ଫୁଟେ, ଦେଢ଼ ଫୁଟ ଗର୍ତ୍ତ କରି ୧୨୦ରୁ ଊର୍ଦ୍ଧ୍ବ ଅଣ୍ଡା ଦିଅନ୍ତି। ଏହାପରେ ତାକୁ ଘୋଡେଇ ଦେଇ ଶରୀରରେ ବାଡେଇ ଉକ୍ତ ସ୍ଥାନକୁ ଶକ୍ତ କରିଦେଇ ପୁଣି ସମୁଦ୍ର ମଧ୍ୟକୁ ଫେରିଯାଆନ୍ତି। ଗୁରୁବାର ସକାଳେ ଡିଏଫଓ ଅମ୍ଳାନ କୁମାର ନାୟକ ଅଣ୍ଡାଦାନ ସ୍ଥଳ ଗସ୍ତ କରି ସୁରକ୍ଷିତ ସାମୂହିକ ଅଣ୍ଡାଦାନ ନେଇ ତଦାରଖ କରିଛନ୍ତି। ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବନ ବିଭାଗ କର୍ମଚାରୀମାନେ ସାମୁଦ୍ରିକ କଇଁଛ ସୁରକ୍ଷିତ ଅଣ୍ଡାଦାନ ଉପରେ ଦୃଷ୍ଟି ରଖିଛନ୍ତି। ଚଳିତ ବର୍ଷ ଅଧିକ ସଂଖ୍ୟାରେ କଇଁଛ ଅଣ୍ଡା ଦେବେ ବୋଲି ବିଶେଷଜ୍ଞମାନେ ଆଶା ରଖିଛନ୍ତି।

Hot this week

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

Related Articles

Popular Categories