www.samajalive.in
Sunday, December 14, 2025
26.1 C
Bhubaneswar

‘ସଞ୍ଜୁ’ ପରେ ‘ଦାଦା’: ପରଦାରେ ଛକା ମାରିବେ ରଣବୀର !

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଜୀବନ କାହାଣୀ ପରଦାକୁ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। ଏମଏସ ଧୋନୀ, ସଚିନ ତେନ୍ଦୁଲକରଙ୍କ ଭଳି ପ୍ରତିଷ୍ଠିତ ଖେଳାଳିଙ୍କ ପରେ ବଲିଉଡ଼ ଏବେ ଭାରତୀୟ କ୍ରିକେଟ୍ ଦଳର ‘ଦାଦା’ ଅର୍ଥାତ୍ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ ନିର୍ମାଣ କରିବାକୁ ଯାଉଛି। ଗାଙ୍ଗୁଲିଙ୍କ ବାୟୋପିକ୍‌ ନିର୍ମାଣ ନେଇ ବହୁ ପୂର୍ବରୁ ଘୋଷଣା କରାସରିଛି। ଲଭ୍‌ ଫିଲ୍ମ୍‌ସ ବ୍ୟାନରରେ ନିର୍ମାଣ କରାଯାଉଥିବା ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟ ଉପରେ ସୌରଭ ଗାଙ୍ଗୁଲି ମୋହର ମାରିଛନ୍ତି। ସ୍କ୍ରିପ୍ଟ କାର୍ଯ୍ୟ ଚୂଡ଼ାନ୍ତ ହେବା ପରେ ଏବେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଯେ, କେଉଁ ବଲିଉଡ଼ ଅଭିନେତା ବଡ଼ ପରଦାରେ ‘ଦାଦା’ଙ୍କ ଚରିତ୍ରରେ ଅଭିନୟ କରିବେ?

ନିକଟରେ ସ୍କ୍ରିପ୍ଟ ଚୂଡ଼ାନ୍ତ କରିବାକୁ ମୁମ୍ବାଇ ଆସିଥିବା ସୌରଭ ଗାଙ୍ଗୁଲି ତାଙ୍କ ବାୟୋପିକର କାହାଣୀରେ ମୋହର ମାରିଛନ୍ତି। ଏହାପରେ ଖବର ମିଳିଛି ଯେ, ‘ଦାଦା’ଙ୍କ ଜୀବନ କାହାଣୀ ଉପରେ ନିର୍ମାଣ କରଯାଉଥିବା ଏହି ଫିଲ୍ମର ଶୁଟିଂ ଖୁବଶୀଘ୍ର କଲକାତାରେ ଆରମ୍ଭ ହେବ। ମିଳିଥିବା ଖବର ଅନୁସାରେ, ପରଦାରେ ସୌରଭ ଗାଙ୍ଗୁଲିଙ୍କ ଚରିତ୍ରରେ ଅଭିୟନ କରିବା ପାଇଁ ରଣବୀର କପୁରଙ୍କ ନାଁ ସାମ୍ନାକୁ ଆସିଛି। ତେବେ ପୂର୍ବରୁ ତାରିଖକୁ ନେଇ କିଛି ସମସ୍ୟା ଥିଲା, କିନ୍ତୁ ଏବେ ରଣବୀର ମଧ୍ୟ ଏଥିପାଇଁ ସହମତି ପ୍ରକାଶ କରିଥିବା ଶୁଣିବାକୁ ମିଳିଛି। କୌତୁହଳର ବିଷୟ ହେଉଛି, ଗାଙ୍ଗୁଲି ମଧ୍ୟ ଏଥିପାଇଁ ବାରମ୍ବାର ରଣବୀରଙ୍କ ଆଡ଼କୁ ଇସାରା କରିଛନ୍ତି। ତେବେ ଏନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ମିଳିନାହିଁ। ସେପ୍ଟେମ୍ବର ୯, ୨୦୨୧ରେ ଲଭ୍‌ ଫିଲ୍ମସ୍‌ ଓ ସୌରଭ ଗାଙ୍ଗୁଲି ମିଳି୍ ଭାବେ ଏହି ବାୟୋପିକ୍‌ର ଘୋଷଣା କରିଥିଲେ। ଦୁଇ ବର୍ଷର ଅନୁସନ୍ଧାନ ପରେ ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇଛି। ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ଏହି ଚଳଚ୍ଚିତ୍ର ନିର୍ମାଣ କରାଯିବ ବୋଲି ଶୁଣିବାକୁ ମିଳିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories