www.samajalive.in
Thursday, December 11, 2025
23.1 C
Bhubaneswar

ପ୍ରଥମ ୨ଟି ସ୍ଥାନରେ ଜାଡେଜା ଓ ଅଶ୍ବିନ

ଦୁବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ଅଲରାଉଣ୍ଡର ମାନ୍ୟତାର ପ୍ରଥମ ୨ଟି ସ୍ଥାନରେ ଦୁଇ ଭାରତୀୟ ସ୍ପିନର ସ୍ଥାନ ପାଇଛନ୍ତି। ରବୀନ୍ଦ୍ର ଜାଡେଜା ୧ ନମ୍ବର ସ୍ଥାନ ବଜାୟ ରଖିଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ୨ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସୂଚନାଯୋଗ୍ୟ; ଚଳିତ ଟେଷ୍ଟ ଶୃଙ୍ଖଳା​‌େ​‌ର ଭାରତ ପ୍ରଥମ ୨ଟି ଟେଷ୍ଟକୁ ଅଢ଼େଇ ଦିନ ମଧ୍ୟରେ ସହଜରେ ଜିତିବା ସହ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିଛି। ଭାରତର ଉଭୟ ଟେଷ୍ଟ ବିଜୟରେ ଜାଡ଼େଜା ଓ ଅଶ୍ବିନଙ୍କର ସବୁଠାରୁ ବଡ଼ ଯୋଗଦାନ ରହିଛି। ଦୁହେଁ ଉଭୟ ବୋଲିଂ ଓ ବ୍ୟାଟିଂରେ ଚମ୍ପିଆନ୍‌ଙ୍କ ପରି ପ୍ରଦର୍ଶନ କରିଛନ୍ତି। ବାମହାତି ଜାଡ଼େଜା ଏହି ୨ଟି ଟେଷ୍ଟ​‌େ​‌ର ୮ଟି ଓ ୧୦ଟି ୱିକେଟ ନେବା ସହ ୭୦ ଓ ୨୬ ରନ୍‌ କରିଛନ୍ତି। ଅଶ୍ବିନ ଉଭୟ ଟେଷ୍ଟରେ ୮ଟି ଓ ୬ଟି ୱିକେଟ ନେବା ସହ ୨୩ ଓ ୩୭ ରନ୍‌ କରିଛନ୍ତି।
ଟେଷ୍ଟ ବୋଲିଂ ମାନ୍ୟତାରେ ଜାଡେଜା ୬ଟି ସ୍ଥାନର ଉନ୍ନତି ଘଟାଇ ୯ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଅଶ୍ବିନ ଗୋଟିଏ ସ୍ଥାନ ଉପରକୁ ଉଠି ୨ୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଗତ ୨ଟି ଟେଷ୍ଟମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ ଯୋଗୁଁ ଉଭୟଙ୍କ ମାନ୍ୟତାରେ ଉନ୍ନତି ଘଟିଛି। ଆହତ ହୋଇ କ୍ରିକେଟରୁ ଦୂରେଇ ରହିଥିଲେ ମଧ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ୫ମ ସ୍ଥାନରେ ସୁରକ୍ଷିତ ରହିଛନ୍ତି। ଟେଷ୍ଟ ବୋଲିଂ ମାନ୍ୟତାରେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ ୧ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍‌ସ ୨ଟି ସ୍ଥାନ ତଳକୁ ଖସି ୩ୟ ସ୍ଥାନରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆର ଅଫ୍‌ସ୍ପିନର ନାଥନ ଲାୟନ ବୋଲିଂ ମାନ୍ୟତାର ୧୫ଶ ସ୍ଥାନରେ ରହିଛନ୍ତି। ଟେଷ୍ଟ ଅଲରାଉଣ୍ଡର ମାନ୍ୟତାରେ ବାଂଲାଦେଶର ସାକିବ୍‌ ଅଲ୍‌ ହାସନ ୩ୟ, ଇଂଲଣ୍ଡର ବେନ୍ ଷ୍ଟୋକ୍‌ସ ୪ର୍ଥ ସ୍ଥାନରେ ରହିଥିବା ବେଳେ ଭାରତର ଅକ୍ଷର ପଟେଲ ୫ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଅକ୍ଷର ପୂର୍ବରୁ ୭ମ ସ୍ଥାନରେ ଥିବାବେଳେ ୨ଟି ସ୍ଥାନ ଉପରକୁ ଉଠିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ୨ଟି ଟେଷ୍ଟରେ ଅକ୍ଷରଙ୍କୁ ମାତ୍ର ଗୋଟିଏ ୱିକେଟ ପାଇଛନ୍ତି। ହେଲେ ଉଭୟ ମ୍ୟାଚ୍‌ରେ ଦଳ କଠିନ ପରିସ୍ଥିତିରେ ଥିବା ବେଳେ ଅକ୍ଷର ୮୪ ଓ ୭୪ ରନ୍‌ର ଇନିଂସ ଖେଳିଛନ୍ତି। ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ୍‌ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଷ୍ଟିଭ୍‌ ସ୍ମିଥ୍‌ ୨ୟ ଓ ପାକିସ୍ତାନ ଅଧିନାୟକ ବାବର ଆଜମ ୩ୟ ସ୍ଥାନରେ ରହିଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ୱିକେଟ ରକ୍ଷକ ଋଷଭ ପନ୍ତ୍‌ ୬ଷ୍ଠ ଓ ଅଧିନାୟକ ରୋହିତ ଶର୍ମା ୭ମ ସ୍ଥାନରେ ରହିଛନ୍ତି। ଇଂଲଣ୍ଡ ଓପନର ଓଲି ପେପ୍‌ ୬ଟି ସ୍ଥାନ ଉପରକୁ ଉନ୍ନୀତ ହୋଇ ୨୩ଶ, ହ୍ୟାରି ବ୍ରୁକ୍‌ ୧୨ଟି ସ୍ଥାନ ଉପରକୁ ଉଠି ୩୧ତମ, ବେନ ଡକେଟ୍‌ ୩୮ତମ, ନ୍ୟୁଜିଲାଣ୍ଡର ଟମ୍‌ ବ୍ଲଣ୍ଡେଲ ୧୧ଶ ଓ ନ୍ୟୁଜିଲାଣ୍ଡର ଓପ୍‌ନର ଡେଭନ କନ୍‌ୱେ ୧୭ଶ ସ୍ଥାନରେ ରହିଛନ୍ତି। ଆଇସିସି ଟେଷ୍ଟ ଦଳଗତ ମାନ୍ୟତାରେ ଅଷ୍ଟ୍ରେଲିଆ ୧୩୬ ପଏଣ୍ଟ ସହ ୧ନଂ ଓ ଭାରତ ୧୧୫ ପଏଣ୍ଟ ସହ ୨ନଂ ସ୍ଥାନରେ ରହିଛି। ମାର୍ଚ୍ଚ ୧ରୁ ଆରମ୍ଭ ହେଉଥିବା ୩ୟ ଟେଷ୍ଟକୁ ଜିତି ଭାରତ ବର୍ଡର-ଗାଭାସ୍କର ଟ୍ରଫି ଜିତିବା ପରେ ଭାରତ ୧ନଂ ସ୍ଥାନକୁ ଉଠିବାର ସମ୍ଭାବନା ରହିଛି।

Hot this week

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

Related Articles

Popular Categories