www.samajalive.in
Saturday, December 13, 2025
21.1 C
Bhubaneswar

ସ୍ୱେଚ୍ଛାସେବୀ ମନୋବୃତ୍ତିର ବିକାଶ ଓ କାର୍ଯ୍ୟଧାରା ଆଲୋଚନାଚକ୍ର

ତିଗିରିଆ : ତିଗିରିଆ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଆନୁକୂଲ୍ୟରେ ନେହେରୁ ଯୁବକେନ୍ଦ୍ର (କେନ୍ଦ୍ରୀୟ ଯୁବ ଓ କ୍ରିଡ଼ା ବିଭାଗ ) ସହଯୋଗରେ ଏକ ଦିବସୀୟ ସ୍ୱେଚ୍ଛାସେବୀ ମନୋବୃତ୍ତିର ବିକାଶ ଓ କାର୍ଯ୍ୟଧାରା ସମ୍ପର୍କୀୟ ଆଲୋଚନାଚକ୍ର ବୁଧବାର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁଧାଂଶୁବାଳା ଦାସଙ୍କ ପୌରୋହିତ୍ୟରେ ନେହେରୁ ଯୁବକେନ୍ଦ୍ରର ଉପନିର୍ଦେଶକ ଡକ୍ଟର ଅଶୋକ କୁମାର ଦାଶ, ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀମାନଙ୍କ ଗୋଷ୍ଠୀ ଜୀବନର ବିକାଶ ଓ ସ୍ୱେଚ୍ଛାସେବୀ ମନୋବୃତ୍ତିର କାର୍ଯ୍ୟଧାରା ସମ୍ବନ୍ଧରେ ଆଲୋଚନା କରିଥିଲେ। ସମାଜ କଲ୍ୟାଣ, ଯୁବ ଶକ୍ତିର ଭୂମିକା ତଥା ଜାତୀୟ ସେବା ଯୋଜନାର ସମାଜ ସେବା କ୍ଷେତ୍ରରେ ଭୂମିକାକୁ ପ୍ରାଧ୍ୟାପକ ଅଜୟ କୁମାର ସ୍ୱାଇଁ, ସୁଧୀରଚନ୍ଦ୍ର ନାଥ, ବନୋଜ କୁମାର ଦାଶ, ବିଜୟ କୁମାର ବେହେରା ଓ ଅନନ୍ତଚରଣ ଆଚାର୍ଯ୍ୟ ଗୁରୁତ୍ୱ ପ୍ରଦାନ କରିଥିଲେ। ଅଧ୍ୟକ୍ଷା ମହୋଦୟ ଭାରତର ବିଶାଳ ସଂସ୍କୃତିରେ ସେବାର ଭୂମିକାକୁ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଏହି ପାଠଚକ୍ରର ସୁପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏନ୍ଏସ୍ଏସ୍ ଯୋଜନା ଅଧିକାରୀ ଡ. ପତିତପାବନ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories