www.samajalive.in
Sunday, December 7, 2025
14.1 C
Bhubaneswar

କୁଷ୍ଠ କଲୋନୀରେ ଭତ୍ତା ପ୍ରଦାନ ଦାବି 

ସମ୍ବଲପୁର : ସମ୍ବଲପୁରର ବୁର୍ଲା ଜୁଣାପାଣି କୁଷ୍ଠ କଲୋନୀର ବାସିନ୍ଦା ମାନେ କଲୋନୀରେ ସିଧାସଳଖ ଭତ୍ତା ପ୍ରଦାନ ପାଇଁ ଦାବି କରିଛନ୍ତି। ଜିଲାପାଳଙ୍କୁ ସୋମବାର ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, କଲୋନୀରେ ବାର୍ଦ୍ଧକ୍ୟ, ବିକଳାଙ୍ଗ କୁଷ୍ଟ ରୋଗରେ ଆକ୍ରାନ୍ତ ଭିନ୍ନକ୍ଷମ ବ୍ୟକ୍ତି ମାନେ ନିବାସ କରୁଛନ୍ତି। ସେମାନଙ୍କୁ ବ୍ୟାଙ୍କକୁ ଯିବା ଆସିବାରେ ବେଶ ଅସୁବିଧା ହେଉଥିବା ବେଳେ ଅନେକ ସମୟରେ ସାଧାରଣ ଲୋକଙ୍କ ଘୃଣା ଓ ହୀନ ଦୃଷ୍ଟିର ଶିକାର ହେବାକୁ ମଧ୍ୟ ପଡୁଛି। ଅନେକ ବ୍ୟକ୍ତିଙ୍କ ହାତ ଗୋଡ ଭାଙ୍ଗି ବିକଳାଙ୍ଗ ହୋଇଥିବାରୁ ସେମାନଙ୍କର ଆଧାର ପରିଚୟ ପତ୍ର ମଧ୍ୟ ହୋଇପାରି ନାହିଁ। ଏଣୁ କଲୋନୀ ନିବାସୀଙ୍କ ଅସୁବିଧାକୁ ଧ୍ୟାନରେ ରଖି ସେମାନଙ୍କର ଭତ୍ତା ଟଙ୍କାକୁ କଲୋନୀରେ ସିଧାସଳଖ ପ୍ରଦାନ କରିବାକୁ ସେମାନେ ଦାବି କରିଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories