www.samajalive.in
Sunday, December 7, 2025
18.1 C
Bhubaneswar

ବିଦ୍ୟୁତ ଉପଭୋକ୍ତା ସଙ୍ଗଠନର ଦାବିପତ୍ର ପ୍ରଦାନ

ସମ୍ବଲପୁର : ସମ୍ବଲପୁରର ଉପକଣ୍ଠସ୍ଥ ନୀଳଡୁଙ୍ଗୁରୀ ସ୍ଥିତ ଶୈବ ପୀଠରେ ସମ୍ବଲପୁର ଜିଲା ବିଦ୍ୟୁତ ଉପଭୋକ୍ତା ସଙ୍ଗଠନର ଏକ ବୈଠକରେ ରବିବାର ଶରତ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତା ଓ ସାମାଜିକ କର୍ମୀ ଡ. ରାଜାରାମ ଷଡଙ୍ଗୀଙ୍କ ଆହ୍ୱାନରେ ଆୟୋଜିତ ହୋଇଥିଲା। ଏହି ବୈଠକରେ ବିଦ୍ୟୁତ ଉପଭୋକ୍ତାଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ପରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ସୋମବାର ୫ ଦଫିଆ ଦାବିପତ୍ର ପ୍ରଦାନ କରାଯାଇଛି। ସମ୍ବଲପୁର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବଲପୁର ଜିଲା ବିଦ୍ୟୁତ ଉପଭୋକ୍ତା ସଙ୍ଗଠନ ତରଫରୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ବିଦ୍ୟୁତ ବକେୟା ଦେୟକୁ ସମ୍ପୁର୍ଣ୍ଣ ଛାଡ କରିବା, ଓଡିଶା ବିଦ୍ୟୁତ ବୋର୍ଡ ଚୁକ୍ତି ଅନୁଯାୟୀ ହୀରାକୁଦ ଜଳ ବିଦ୍ୟୁତ ପ୍ରକଳ୍ପର ୫୦ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଅବସ୍ଥିତ ବିଦ୍ୟୁତ ଉପଭୋକ୍ତାଙ୍କୁ ସ୍ୱତନ୍ତ୍ର ରିହାତି, ଚାଷ ଜମିରେ ଲାଗିଥିବା ବିଦ୍ୟୁତ ପୋଲ ପାଇଁ କ୍ଷତିପୂରଣ ପ୍ରଦାନ, ଦାରିଦ୍ର୍ୟ ସୀମା ତଳେ ଥିବା ବିଦ୍ୟୁତ ଉପଭୋକ୍ତାଙ୍କୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଚୁକ୍ତି ଅନୁଯାୟୀ ନିଶୁଳ୍କ ବିଦ୍ୟୁତ ପ୍ରଦାନ ଓ କୃଷିକ୍ଷେତ୍ରରେ ବ୍ୟବହାର ହେଉଥିବା ବିଦ୍ୟୁତ ଶୁଳ୍କ ନିମନ୍ତେ ସ୍ୱତନ୍ତ୍ର ରିହାତି ବ୍ୟବସ୍ଥା ପାଇଁ ଦାବି କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories