www.samajalive.in
Saturday, December 13, 2025
15.1 C
Bhubaneswar

ପଦ୍ମପୁର – ନୂଆପଡା ରେଳ ଲାଇନ ନେଇ ସ୍ପଷ୍ଟୀକରଣ ରଖିଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ :  ବରଗଡ-ନୂଆପଡା ଭାୟା ପଦ୍ମପୁର ରେଳ ଲାଇନ ସହିତ ଅନ୍ୟାନ ବିଷୟରେ କେନ୍ଦ୍ର ମନ୍ତ୍ରୀମାନେ ଦେଇଥିବା ପ୍ରତିଶୃତି ବିଷୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ବନ୍ଧରେ ରେଳ ମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛି।

ପଦ୍ମପୁର ଦେଇ ବରଗଡ ଏବଂ ନୂଆପଡା ମଧ୍ୟରେ ନୂତନ ରେଳ ଲାଇନର ମଞ୍ଜୁର ସମ୍ବନ୍ଧରେ କିଛି ଦିନ ତଳେ ଓଡ଼ିଶାର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଚିଠି ଲେଖିଥିଲେ। ତଥ୍ୟ ଉପରେ ଆଧାରିତ ସ୍ଥିତିକୁ ଶ୍ରୀମତୀ ସାହୁଙ୍କୁ ଚିଠି ଦ୍ୱାରା ୨୧.୧୧.୨୦୨୨ ତାରିଖରେ ଅବଗତ କରାଇଥିବା ଜଣାଇଛନ୍ତି।

- Advertisement -

ବରଗଡ – ପଦ୍ମପୁର – ନୁଆପଡାକୁ ସଂଯୋଗ କରିବା ପାଇଁ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ୍ (ORIDL) କୁ ଏହି ପ୍ରକଳ୍ପର ଦାୟିତ୍ବ ଦିଆଯାଇଛି । ଏଠାରେ ଦର୍ଶାଯାଇପାରେ ଯେ, ORIDL ଓଡିଶା ସରକାରଙ୍କ ଦ୍ବାରା ନିୟନ୍ତ୍ରିତ।

ଭାରତ ସରକାର ୩୧.୧୨.୨୦୨୧ତାରିଖ ଦିନ ORIDL କୁ ରେଳ ମନ୍ତ୍ରଣାଳୟର ଚିଠି (ନଂ 2019 / ଜେଭି ସେଲ୍ / ଓଡିଶା / ବରଗଡ ରୋଡ଼-ନୂଆପଡା ରୋଡ) ଦ୍ବାରା ଇନ୍-ପ୍ରିନସିପଲ ଅନୁମୋଦନ (ଆଇପିଏ) ଦେଇଛନ୍ତି। ଆଜି ସୁଦ୍ଧା ଏହି ପ୍ରକଳ୍ପର ଡିପିଆର (DPR) ମଞ୍ଜୁରୀ ଓଡିଶା ସରକାରଙ୍କ ପାଖରେ ବିଚାରାଧୀନ ଥିବାର ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ସରକାର ଓଡ଼ିଶାରେ ରେଳ ବିକାଶ ପାଇଁ ଚଳିତ ବର୍ଷ ୧୦,୦୧୨ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଓଡ଼ିଶାରେ ୫୭ଟି ରେଳ ଷ୍ଟେସନ ମଧ୍ୟ ପୁନଃନିର୍ମାଣ କରାଯାଉଛି । ଏଭଳି ସ୍ଥିତିରେ ଓଡ଼ିଶାରେ ବହୁତଗୁଡିଏ ପ୍ରକଳ୍ପର କାର୍ଯ୍ୟ ସମ୍ପାଦନ ଓ ଅଗ୍ରଗତି କରା ଯାଇପାରିବ। ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା ସମୟରେ ଜମି ଅଧିଗ୍ରହଣ, ଜଙ୍ଗଲ ଅନୁମୋଦନ, ଆଇନ ଶୃଙ୍ଖଳା ବିଷୟ ଗୁଡିକରେ ସହଯୋଗ କରିବାକୁ ରେଳ ମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି।

ଏହିଭଳି ଏକ ଅମୃତକାଳ ସମୟରେ ଓଡିଶା ରାଜ୍ୟର ସାମଗ୍ରିକ ବିକାଶ ଓ ଉନ୍ନତି ପାଇଁ ଭାରତ ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories