www.samajalive.in
Saturday, December 13, 2025
15.1 C
Bhubaneswar

ଲୁହାପାଣି ପାଇପ୍ ଚୋରି ଘଟଣାରେ ୫ ଆନ୍ତଃରାଜ୍ୟ ଡକାୟତି ଗିରଫ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକ ପୁଲିସ ଲୁହା ପାଣି ପାଇପ୍ ଚୋରି ଘଟଣାରେ ୫ଜଣ ଆନ୍ତଃରାଜ୍ୟ ଡକାୟତିଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ ହରଭଙ୍ଗା ବ୍ଲକର ଜନସାଧାରଣଙ୍କ ପିଇବା ପାଣି ସମସ୍ୟା ଦୂରପାଇଁ ଏଲ ଏଣ୍ଡ ଟି କମ୍ପାନୀ ପକ୍ଷରୁ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଜଳ ଯୋଗାଣ ପାଇଁ ରାସ୍ତାକଡରେ ଶହ ଶହ ସଂଖ୍ୟାରେ ଓଜନିଆ ଲୁହା ପାଣି ପାଇପ୍ ଗଛିତ ରଖାଯାଇଛି । ଚାରିଛକ-ଛତ୍ରଙ୍ଗ ରାସ୍ତାକଡରୁ ଗତ ଗୁରୁବାର ରାତ୍ରୀରେ ଏକ ଟାଟା ୧୫୧୨ ଗାଡି ନମ୍ବର ସି.ଜି ୧୦ବି ଏଚ ୨୮୪୪ ଯୋଗେ ପାଖାପାଖି ୧୪ଖଣ୍ଡ ଲୁହା ପାଣି ପାଇପ୍ ଚୋରାଚାଲାଣ ହେଉଥିବା ଜଣାପଡିଥିଲା । ଏ ସର୍ମ୍ପକରେ ପୁରୁଣା କଟକ ପୁଲିସ ଖବର ପାଇ ଗାଡିଟିକୁ ତେଇସିମାଈଲ ଠାରୁ ଜବତ କରିବା ସହି ଏହି ଘଟଣାରେ ୦୮ଜଣଙ୍କୁ ଅଟକ ରଖି ପଚରାଉଚରା ଚଳେଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ଛତିଶଗଡ ବିଳାସପୁର ଜିଲ୍ଲା ସପତି ଥାନା ଅଂର୍ନ୍ତଗତ ପୋଣ୍ଡି ଗ୍ରାମର ସୁମନ ଦାସ(୨୨), ଗଞାମ ଜଗନ୍ନାଥ ପ୍ରସାଦ ବେଗୁନିଆ ଗ୍ରାମର ସମୀର ନାଏକ(୨୦), ମୟୁରଭଞ ଜିଲ୍ଲା ବଇସିଂଘା ଥାନା ଅର୍ନ୍ତଗତ ହରିପୁର ଗ୍ରାମର ଦେବ ସିଂ(୫୦) ଛତିଶଗଡ ବିଲାଶପୁର ସଗେଟି ଜିଲ୍ଲା ଅର୍ନ୍ତଗତ ଟିଫ୍ରା ଗ୍ରାମର ଆକାଶ ଦେବଗନ୍ (୩୩), ଖୋର୍ଦ୍ଧା ,ଖଣ୍ଡଗିରି ଥାନା ଅଂଚଳର ଏସ.ଏକ ଅସରଫ (୨୨) ପ୍ରମୁଖ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ପୁରୁଣା କଟକ ଆଇଆଇସି ଜ୍ୟୋସ୍ନା କାଉଁରୀ ସୂଚନା ଦେଇଛନ୍ତି । ଏହି ମାମଲାରେ ଆହୁରି ଅନେକ ଜଣ ସମ୍ପୃକ୍ତ ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories