www.samajalive.in
Saturday, December 13, 2025
17.1 C
Bhubaneswar

ବିଜୁ ପଟ୍ଟନାୟକ କପ୍ କ୍ରିକେଟ : ଦ୍ୱିତୀୟ ମ୍ୟାଚରେ ବାଲାବାବା ବିଜୟୀ

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଶଙ୍କରପୁର ଗ୍ରାମରେ ଦ୍ୱାଦଶ ଆନ୍ତଃଜିଲ୍ଲା ବିଜୁ ପଟ୍ଟନାୟକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ମ୍ୟାଚରେ କେନ୍ଦ୍ରପଡ଼ାର ବାଲାବାବା କ୍ରିକେଟ କ୍ଲବ୍ ଭଦ୍ରକର ୟୁନିକ୍ କ୍ରିକେଟ ଏକାଡ଼େମୀକୁ ହରାଇ ବିଜୟ ହାସଲ କରିଛି।ବାଲାବାବା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ୬ଉଇକେଟ ହରାଇ ୨୭୧ ରନ୍ ସଂଗ୍ରହ କରିଥିଲା। ଦଳର ଅମିତ ସାହୁ ସର୍ବାଧିକ ୯୬(୫୪) ରନ୍ ଓ ରାଜେଶ ସେଠୀ ୩୭ ରନ୍ ସଂଗ୍ରହ କରିଥିଲେ। ଜବାବରେ ୟୁନିକ୍ ଏକାଡ଼େମୀ ୨୯ ଓଭରରେ ସମସ୍ତ ଉଇକେଟ ହରାଇ ୨୨୩ ରନ୍ ସଂଗ୍ରହ କରିଥିଲେ। ଅମିତ୍ ସାହୁଙ୍କୁ ମ୍ୟାନ୍ ଅଫ ମ୍ୟାଚ୍ ଘୋଷଣା କରାଯାଇଥିଲା ।ଏହି ମ୍ୟାଚକୁ ଡ. ଭାବଗ୍ରାହୀ ପତି ଉଦଘାଟନ କରିଥିଲେ। ସୁନୀଲ ଚନ୍ଦ୍ର ରାଉତ, ବାମଦେବ ପ୍ରଧାନ, ଋତୁପୂର୍ଣ୍ଣ ରାଉତ , ଶୀର୍ଷାନନ୍ଦ ବେହେରା, ରଞ୍ଜନ ପରିଡ଼ା, କାହ୍ନୁ ଚରଣ ଓଝା, ଅଭିରାମ ଲେଙ୍କା, ରମେଶ ହାତୀ, ପ୍ରକାଶ ମାଝୀ ଓ ଶତୃଘ୍ନ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମଙ୍ଗଳବାର ଦିନ ଯାଜପୁରର ଗୋଲଡେନ୍ ଷ୍ଟାର ଓ ଭୁବନେଶ୍ୱରର ଓସ୍କାର ସ୍ପେର୍ଟିଂ ମଧ୍ୟରେ ପ୍ରତିଯୋଗିତା ହେବ ବୋଲି ଆୟୋଜକ ଜୟଦୂର୍ଗା କ୍ଲବର  କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି ।

 

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories