www.samajalive.in
Saturday, December 6, 2025
16.1 C
Bhubaneswar

ତିଗିରିଆରେ ମାତୃ ଶିଶୁ ଯତ୍ନ କେନ୍ଦ୍ର କାର୍ଯ୍ୟକ୍ଷମରେ ବିଳମ୍ବ ଆଶଙ୍କା

ତିଗିରିଆ : ତିଗିରିଆ ବ୍ଲକ ସମେତ ଆଖପାଖ ଅଞ୍ଚଳର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉପକୃତ କରାଇବା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥି ମଧ୍ୟରେ ତିଗିରିଆ ନିଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଦର୍ଶ ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ର କାର୍ଯ୍ୟକ୍ଷମ ହେବା ପରେ ଆଉ ଗୋଟିଏ ବୃହତ ପ୍ରକଳ୍ପ ଭାବେ ମାତୃଶିଶୁ ଯତ୍ନ କେନ୍ଦ୍ର ପ୍ରତିଷ୍ଠା ପାଇବା ସ୍ଥାନୀୟ ଜନସାଧାରଣଙ୍କ ପାଇଁ ନୂତନ ଆଶା ସଂଚାର କରିଛି। ବିଶେଷ କରି ପ୍ରସୂତୀ ଓ ଶିଶୁଙ୍କୁ ଉତ୍ତମ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଉଛି। ଏଭଳି ସ୍ଥିତିରେ ଉକ୍ତ କେନ୍ଦ୍ରର ସୁଉଚ୍ଚ ୪ ମହଲା ବିଶିଷ୍ଠ ଅଟ୍ଟାଳିକା ନିର୍ମାଣରେ ମନ୍ଥର ଗତି ଲାଗି ରହିଥିବାରୁ ଉକ୍ତ କେନ୍ଦ୍ର କାର୍ଯ୍ୟକ୍ଷମ ହେବା ନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି।
ଗତ ୨୦୨୧ ମସିହାରେ ଜୁନ ୧୪ ତାରିଖରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ସେତେବେଳେ ଏହାର ନିର୍ମାଣ କାର୍ଯ୍ୟ ମାତ୍ର ୧୫ ମାସ ମଧ୍ୟରେ ସାରିବାକୁ ସୂଚନା ଦିଆଯାଇଥିଲା। ଇତି ମଧ୍ୟରେ ୨୦ମାସି ବିତିବାକୁ ବସିଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ସରିନାହିଁ। ଏକ ବିଶ୍ୱସ୍ଥ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆଗକୁ ଆହୁରି ଅନେକ ଆନୁଷଙ୍ଗୀକ କାର୍ଯ୍ୟ ମଧ୍ୟ ରହିଛି। ଏଣୁ ଉକ୍ତ କେନ୍ଦ୍ର କାର୍ଯ୍ୟକ୍ଷମ ହେବା ନେଇ ଅହେତୁକ ବିଳମ୍ବ ଘଟିବା ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି। ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ୬କୋଟି ୧୮ଲକ୍ଷ ଟଙ୍କାର ସରକାରୀ ବ୍ୟୟ ଅଟକଳ ହୋଇଥିବା ବେଳେ ୪ ମହଲା ବିଶିଷ୍ଠ କୋଠା ନିର୍ମାଣ କରାଯାଇଛି। ସ୍ୱାସ୍ଥ୍ୟକେନ୍ଦ୍ରରେ ୩୦ଟି ଶଯ୍ୟା ସହିତ ଚିକିତ୍ସା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି, ସ୍ୱତନ୍ତ୍ର କକ୍ଷ ଉପଲବ୍ଧ ହେବ । ଏହି କେନ୍ଦ୍ର ପ୍ରତିଷ୍ଠା ପାଇବା ଦ୍ୱାରା ଗର୍ଭବତୀ ମହିଳା, ନବଜାତ ଶିଶୁମାନଙ୍କ ପାଇଁ ଅତ୍ୟାଧୁନିକ ଅତ୍ସ୍ରୋପଚାର କକ୍ଷ, ପ୍ରସୂତୀ କକ୍ଷ ଏବଂ ମାଇନର ଓଟିର ବ୍ୟବସ୍ଥା ଉପଲବ୍ଧ ହେବ ସହ ମହିଳା ଗର୍ଭବତୀ ଥିବା ସମୟରେ ଜଟିଳ ପରିସ୍ଥିତିର ସମାଧାନ ପାଇଁ ମଧ୍ୟ ସ୍ୱତନ୍ତ୍ର ଏବଂ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ସହିତ ଛୋଟଛୋଟ ନବଜାତ ଶିଶୁମାନଙ୍କ ପାଇଁ ଅକ୍ସିଜେନ ସହ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି। ତେବେ ଏସବୁ କେବେ କାର୍ଯ୍ୟକ୍ଷମ ହେବ ଏବଂ ଲୋକେ କେବେ ସ୍ୱାସ୍ଥ୍ୟସେବା ପାଇବେ ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଣୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ କାର୍ଯ୍ୟକ୍ଷମ କରିବାରେ ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories