www.samajalive.in
Wednesday, December 10, 2025
14.1 C
Bhubaneswar

ପଞ୍ଚାୟତରେ କରନାଳୀ ନିର୍ମାଣ ନିମ୍ନମାନର ଅଭିଯୋଗ

କାମାକ୍ଷାନଗର: କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାଲିଗୋରଡ଼ ପଞ୍ଚାୟତର ଖଟଖୁରା ଗ୍ରାମରେ ବ୍ଲକ ପକ୍ଷରୁ ନିର୍ମାଣ କରାଯାଉଥିବା କରନାଳୀ ନିର୍ମାଣରେ ନିମ୍ନ ମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି। ବାଲିଗୋରଡ଼ ପଞ୍ଚାୟତର ଖଟଖୁରା ଗ୍ରାମରେ ରେଙ୍ଗାଳି ଜଳସେଚନର ମୁଖ୍ୟ କେନାଲରୁ ଜମିକୁ ଜଳସେଚନ ପାଇଁ କାଡା ବିଭାଗ ପକ୍ଷରୁ କରନାଳୀ କରାଯାଇଥିଲା। ହେଲେ ସେତେବେଳେ ପାଣି ପଞ୍ଚାୟତ ଦ୍ୱାରା କରନାଳୀ ନିମ୍ନମାନର ହୋଇଥିବାରୁ ସେଥିରେ ଜମିକୁ ଜଳସେଚନ ସଠିକ ଭାବେ ହୋଇ ପାରୁ ନଥିବା ବେଳେ ଏବେ ତାହା ଭାଙ୍ଗିରୁଜି ଯାଇ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା। ଏବେ ବ୍ଲକ ପକ୍ଷରୁ ଏହି କରନାଳୀର ପୁନରୁଦ୍ଧାର କରାଯାଇ ରଡ଼ ବନ୍ଧାଯାଇ କଂକ୍ରିଟ ମାଧ୍ୟମରେ କରନାଳୀ ନିର୍ମାଣ ଚାଲିଛି। ହେଲେ ନିର୍ମାଣ ହେଉଥିବା କରନାଳୀରେ ପୁରୁଣା ରଡ଼ ସହିତ କଂକ୍ରିଟ ଠିକରେ ଦେଉ ନଥିବା ବେଳେ କାଡା ବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା କରନାଳୀ ଭଳି ଏହି ନିର୍ମାଣଧୀନ କରନାଳୀ ହେବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି। ବିଭାଗୀୟ ଉଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତ୍ୱରିତ ପଦକ୍ଷେପ ନେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories