www.samajalive.in
Saturday, December 13, 2025
26.1 C
Bhubaneswar

ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ, ମହାଦୀପକୁ ପ୍ରତୀକ୍ଷା

ଡେସ୍କ : ମହାଶିବରାତ୍ରି ଉପଲକ୍ଷେ ଆଜି ରାଜ୍ୟର ପ୍ରମୁଖ ଶୈବପୀଠଗୁଡ଼ିକରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମହାପ୍ରଭୁ , କଟକର ଧବଳେଶ୍ୱର, ପୁରୀର ଶ୍ରୀଲୋକନାଥ, କୋରାପୁଟର ଗୁପ୍ତେଶ୍ୱର, ଢ଼େଙ୍କାନାଳର କପିଳାସ ପୀଠ,ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣୀ ଏବଂ ନୟାଗଡ଼ ଜିଲ୍ଲା ଶରଣକୂଳର ଲଡ଼ୁବାବା ସମେତ ପ୍ରମୁଖ ଶୈବପୀଠ ଗୁଡ଼ିକରେ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳୁଛି ।

ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ପୀଠରେ ରାତି ୧୦ଟାରେ ମହାଦୀପ ଉଠିବାକୁ ସ୍ଥିର ହୋଇଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୩୨ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି ।

- Advertisement -

ରାଜ୍ୟର ପ୍ରମୁଖ ଶୈବପୀଠରେ ମହାଦୀପ ଉଠିବା ସମୟ 

ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ପୀଠରେ ମହାଦୀପ ଉଠିବ-  ରାତି ୧୦ଟା 

ପୁରୀର ଶ୍ରୀଲୋକନାଥ ମନ୍ଦିର ମହାଦୀପ ଉଠିବ- ଭୋର୍‌ ପ୍ରାୟ ୪ ଘଣ୍ଟା ୩୦ ମିନିଟ୍‌ 

ଧବଳେଶ୍ୱରଙ୍କ ପୀଠରେ ମହାଦୀପ ଉଠିବ- ରାତି ପ୍ରାୟ ଗୋଟାଏ

ଆରଡି ବାବା ଆଖଣ୍ଡଳମଣୀଙ୍କ ପୀଠରେ ମହାଦୀପ ଉଠିବ- ଭୋର ୫ଟା

ଶରଣକୂଳର ଲଡୁବାବାଙ୍କ ପୀଠରେ ମହାଦୀପ ଉଠିବ-ରାତି ସାଢ଼େ ୧୦ଟା

ସେହିପରି ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଭକ୍ତମାନେ ଠାକୁରଙ୍କୁ ଶାନ୍ତିଶୃଙ୍ଖଳାର ସହିତ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି । ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ୧୦ପ୍ଲାଟୁନ ପୁଲିସ ଫୋର୍ସ, ୭୧ ଜଣ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଜାଗର ମେଳା ପଡିଆରେ ୮ଫୁଟ ଉଚ୍ଚର ପ୍ରଦୀପ ପ୍ରଜ୍ୱଳନ କରାଯାଉଛି । ପ୍ରଭୁ ଲୋକନାଥଙ୍କର ମହାଦୀପ ଭୋର୍‌ ପ୍ରାୟ ୪ ଘଣ୍ଟା ୩୦ ମିନିଟ୍‌ ସମୟରେ ଉଠିବାକୁ ଥିବା ଜଣାପଡିଛି।
ସେହିପରି ଧବଳେଶ୍ୱରଙ୍କ ପୀଠରେ ରାତି ପ୍ରାୟ ଗୋଟାଏରେ ମହାଦୀପ ଉଠିବ। ସେଠାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି।
ଭଦ୍ରକର ଆରଡି ପୀଠରେ ବାବା ଆଖଣ୍ଡଳମଣୀ ବଡସିଂହାର ବେଶରେ ଦର୍ଶନ ହେଉଛନ୍ତି । ରାତି ଗୋଟାଏରେ ସୁନାବେଶ ସମ୍ପନ୍ନ ହେବା ସହ ଭୋର ୫ଟାରେ ମନ୍ଦିର ଚୂଡାକୁ ମହାଦୀପ ଉଠିବା ନେଇ ସ୍ଥିର କରାଯାଇଛି।

ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବ କ୍ଷେତ୍ର ଶରଣକୂଳର ଲଡୁବାବାଙ୍କ ପୀଠରେ ପ୍ରସିଦ୍ଧ ଜାଗର ଯାତ୍ରା ପାଇଁ ଓଡ଼ିଶା ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ଅଞ୍ଚଳରୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ହୋଇଛି। ଏହାକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲା ପ୍ରଶାସନ ଏବଂ ପୁଲିସ୍ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସେଠାରେ ଆଜି ମହାଦୀପ ରାତି ସାଢ଼େ ୧୦ଟା ସମୟରେ ଉଠିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories