www.samajalive.in
Saturday, December 13, 2025
21.1 C
Bhubaneswar

ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି-୨୦୨୧୩ ଓ ୨୦୧୬ ଏବଂ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ବିକାଶ ନୀତି-୨୦୧୬ର ସଂଶୋଧନ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ଦ୍ୱାରା ପ୍ରକାଶିତ ତା.୧୬.୦୨.୨୦୨୩ର ବିଜ୍ଞପ୍ତି ଅନୁସାରେ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୩ ଓ ୨୦୧୬ ଏବଂ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ ବିକାଶ ନୀତି-୨୦୧୬ର ସଂଶୋଧନ କରିଛନ୍ତି ।
ପୂର୍ବରୁ ଶିଳ୍ପ ସଂସ୍ଥାଗୁଡ଼ିକ ତାଙ୍କ କାର୍ଯ୍ୟ ଆରମ୍ଭର ୬ ମାସ/୧୨ ମାସ ମଧ୍ୟରେ ଉପରୋକ୍ତ ତିନୋଟି ନୀତି ଅଧୀନରେ ସରକାରୀ ପ୍ରୋତ୍ସାହନ ରାଶି ପାଇବା ନିମନ୍ତେ ଆବେଦନ କରିବା ନିୟମ ରହିଥିଲା । ନିର୍ଦ୍ଧାରିତ ୬ ମାସ/୧୨ ମାସ ଅବଧି ପରେ ଆବେଦନ ଜନିତ ବିଳମ୍ବ ପାଇଁ କ୍ଷମା କରିବାର କୌଣସି ପ୍ରାବଧାନ ନଥିବା ହେତୁ ବହୁ ସଂଖ୍ୟାରେ ଶିଳ୍ପ ସଂସ୍ଥାଗୁଡ଼ିକର ଆବେଦନକୁଡ଼ିକୁ ଖାରଜ କରି ଦିଆଯାଉଥିଲା ।

ଏବେ ଏହି ନୀତିର ସଂଶୋଧନ ଫଳରେ ଏହି ନିର୍ଦ୍ଧାତିତ ଅବଧିକୁ ୨ ବର୍ଷକୁ ବୃଦ୍ଧି କରାଯାଇଛି । ଦ୍ୱିତୀୟରେ ଏହି ୨ ବର୍ଷ ପରେ ମଧ୍ୟ କ୍ଷମା କରିବାର ସୁଯୋଗ ଯୋଡ଼ା ଯାଇଛି । ଏତଦ୍‌ବ୍ୟତୀତ ଯେଉଁ ଶିଳ୍ପ ସଂସ୍ଥାଗୁଡ଼ିକର ଆବେଦନ ବିଳମ୍ବ ପାଇଁ ଖାରଜ କରାଯାଇଥିଲା ସେମାନଙ୍କ ନିମନ୍ତେ ଥରକ ପାଇଁ କୋହଳ ନୀତି ଅବଲମ୍ବନ କରି ଏହି ସମୟ ଅବଧିକୁ ୨୦୨୩ ମସିହା ଜୁନ୍‌ ୩୦ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ଫଳରେ ସେମାନେ ଏହି ଆର୍ଥିକ ପ୍ରୋତ୍ସାହନ ପାଇବା ପାଇଁ ନୂତନ ଭାବେ ଆବେଦନ କରି ପାରିବେ ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories