www.samajalive.in
Saturday, December 13, 2025
26.1 C
Bhubaneswar

ଜଙ୍ଗଲ ନିଆଁ ରୋକିବା ପାଇଁ ନବୋଦୟ ପିଲାଙ୍କ ସଚେତନତା ପଦଯାତ୍ରା

ପାତ୍ରପୁର: ଗଞ୍ଜାମ ଜିଲା ସୁରଙ୍ଗି ଜବାହର ନବୋଦୟ ବିଦ୍ୟାଳୟ ଜାତୀୟ ସେବା ସଂସ୍ଥା ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ନିମନ୍ତେ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସେବା ସଂସ୍ଥାର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇ ନିକଟ ଷୋଳଭାଗ ପେଣ୍ଟ ଗ୍ରାମକୁ ଚାଲି ଚାଲି ଯାଇ ସଚେତନତା ସୃଷ୍ଟି କରିଥିଲେ। ପିଲାମାନେ ଜଙ୍ଗଲ ସୁରକ୍ଷା ଉପରେ ଲିଖିତ ପ୍ଲାକାର୍ଡ଼ ଧରି ସୁରକ୍ଷା ନାରା ଦେବା ସହ ଗ୍ରୀଷ୍ମଋତୁରେ ଜଙ୍ଗଲ ନିଆଁ କିଭଳି ରୋକା ଯାଇପାରିବ ସେହି ସମ୍ପର୍କରେ ଲୋକମାନଙ୍କୁ ବୁଝାଇ ଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା କବିତା କର, ସେବା ସଂସ୍ଥା ଅଧିକାରୀ ଗଦାଧର ମହାପାତ୍ର, ଖୁସବୁ ଶର୍ମା, ରୀତିକା ମୁଖାର୍ଜୀ ଏବଂ ବିଶ୍ଵନାଥ ମେହେର ପ୍ରମୁଖ ସାମିଲ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories