www.samajalive.in
Saturday, December 13, 2025
26.1 C
Bhubaneswar

ପେନସିଲ ମୁନରେ ଅବିକଳ ଚିତ୍ର ଆଙ୍କୁଛନ୍ତି ସମ୍ବାରୁ

ହରଭଙ୍ଗା : ହରଭଙ୍ଗା ଭଳି ଛୋଟ ଗାଁର ଏକ ଗରିବ ପରିବାରରେ ତାଙ୍କର ଜନ୍ମ। ଛୋଟବେଳୁ ପାଠପଢିବା ଏବଂ ଚିତ୍ରଆଙ୍କିବାରେ ତାଙ୍କର ରହିଛି ଅହେତୁକ ଦୁର୍ବଳତା। ବିନା ପ୍ରଶିକ୍ଷଣରେ ସେ ପେନସିଲମୁନରେ ଆଙ୍କୁଛନ୍ତି ଅବିକଳ ଜୀବନ୍ତ ଚିତ୍ର। ଯେକେହି ତାଙ୍କର ଚିତ୍ରକଳା ଦେଖିଲେ ଆଶ୍ଚର୍ଯ୍ୟ ହେବା ସହିତ ପ୍ରଂଶସାରେ ପୋତି ପକାଉଛନ୍ତି ତାଙ୍କୁ। ଏଭଳି ଜଣେ ଚିତ୍ରକାର ହେଉଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଦଳିତ ସାହିର ବାସିନ୍ଦା ସମ୍ବାରୁ ନାଏକ।

ସମ୍ବାରୁଙ୍କ ପରିବାର କହିଲେ ମାଆ ପ୍ରାଣେସ୍ୱରୀ ନାଏକ ,ପିତା ଶରତ ନାଏକ ,ଦୁଇ ଭାଇ ବାବୁଲି ଏବଂ ବବଲୁକୁ ନେଇ ତାଙ୍କ ଛୋଟ ପରିବାର। ଦୀର୍ଘ ୧୦ବର୍ଷତଳେ କାମ କରିବାକୁ ଚେନ୍ନାଇ ଯାଇଥିବା ପୁଅ ବାବୁଲିକୁ ଖୋଜିବାକୁ ଯାଇ ବାପା ଶରତ ନିଖୋଜ ଅଛନ୍ତି। ସେଦିନଠାରୁ ପରିବାର ବୋଝ ସମ୍ବାରୁଙ୍କ ଉପରେ।ବହୁ ବାଧାବିଘ୍ନ ସତ୍ୱେ ସେ ବର୍ତମାନ ଅନୁଗୋଳ ଛେଣ୍ଡିପଦାରେ ସି.ଟି କରୁଥିବା ଜଣାପଡିଛି।

ସମ୍ବାରୁ ଷଷ୍ଠ ଶ୍ରେଣୀରୁ ଚିତ୍ର ଆଙ୍କୁଛନ୍ତି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ,ପଦ୍ମଶ୍ରୀ ହଳଧର ନାଗ,ବି.ଆର ଆମ୍ବେଦକର ,କ୍ରିକେଟର ବିରାଟ କୋହଲି, ଅଭିନେତା ମିହିର ଦାସ,ରାଇମୋହନ ପରିଡା,ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଏବଂ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଫଟୋକୁ ଅବିକଳ ଜୀବନ୍ତ ଭାବେ ପେନସିଲ ମୁନରେ ଆଙ୍କି ନିଜ ପ୍ରତିଭାର ପରିଚୟ ସୃଷ୍ଟି କରିଛନ୍ତି।

ବିନା ପ୍ରଶିକ୍ଷଣରେ ସମ୍ବାରୁଙ୍କ ଏହି ଚିତ୍ରକଳା ପ୍ରତି ରୁଚି ଥିବା ଦେଖିଲେ ବଣ ମଲ୍ଲି ବଣରେ ରହି ମଉଳିଯିବା ଆଶଙ୍କା ରହିଛି।

ତେଣୁ ସମ୍ବାରୁଙ୍କ ଚିତ୍ରକଳା ଲୋକାଭିମୁଖୀ କରିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେଲେ ବୌଦ୍ଧ ଭଳି ଅନୁନ୍ନତ ଜିଲ୍ଲା ସମ୍ବାରୁ ପାଇଁ ଦିନେ ଗୌରାବନ୍ୱିତ ହୋଇପାରନ୍ତା ବୋଲି ବୁଦ୍ଧିଜୀବି ଜ୍ୟୋର୍ତୀମୟ ଦାସ,ପ୍ରକାଶ ବେହେରା ପ୍ରମୁଖ ଦାବୀ କରିଛନ୍ତି। ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

ସମ୍ବାରୁଙ୍କ ମୁହଁରୁ ପଦେ——
ସ୍କୁଲ ସମୟରୁ ଚିତ୍ର ଆଙ୍କିବାରେ ମୋର ରୁଚି ରହିଛି। ଏଥିପାଇଁ ସ୍କୁଲ କଲେଜ ବର୍ତମାନ ସି.ଟି ତାଲିମ କେନ୍ଦ୍ରରେ ବହୁବାର ପୁରସ୍କୃତ ହୋଇଛି। ଚିତ୍ରକଳା ପ୍ରଶିକ୍ଷଣ ପାଇଁ ଅନଲାଇନ ପାଠପଢା ସୁବିଧା ରହିଛି। ଏଥିପାଇଁ ମୋତେ ସରକାରୀ ପ୍ରୋତ୍ସାହନ ମିଳିଲେ ମୁଁ ଆଗକୁ ଏଥିରେ ନିଜର କ୍ୟାରିୟର ଗଢି ମାଆ ମାଟିର ଟେକ ରଖିପାରନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories