www.samajalive.in
Thursday, December 11, 2025
15.1 C
Bhubaneswar

ବିଜେଡି ପକ୍ଷରୁ ବ୍ଲକ ସମ୍ମୁଖରେ ପ୍ରତିବାଦ ସଭା

କଲ୍ୟାଣସିଂହପୁର: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ପରିବାରଙ୍କୁ ମୁଣ୍ଡପିଛା ୫କେଜି ଚାଉଳ ଯୋଗାଣରୁ ବଞ୍ଚିତ କରାଯାଇଥିବା ନିଷ୍ପତ୍ତି ବିରୋଧରେ ବିଜେଡି ପକ୍ଷରୁ ପ୍ରତିବାଦ ଜାରି ରହିଛି। ବୁଧବାର ଓ ଆଜି ପ୍ରତ୍ୟେକ ପଞ୍ଚାୟତ ସମିତି, ପୌରାଞ୍ଚଳ ଓ ଜିଲା ମୁଖ୍ୟାଳୟରେ ଧାରଣା ଦେବା ସହ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର କଲ୍ୟାଣସିଂହପୁର ବିଜେଡି ବ୍ଲକ ସଭାପତି ସୁନ୍ଦର ରାଓ ବାଗଙ୍କ ନେତୃତ୍ୱରେ ବହୁ କର୍ମୀ ଉପସ୍ଥିତ ରହି ପ୍ରତିବାଦ ସଭା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏକ ଦାବିପତ୍ର ନେଇ ବିଡିଓ ସୁନୀଲ ଖରା ଅନୁପସ୍ଥିତ ରହିଥିବାରୁ ବରିଷ୍ଠ କିରାଣୀ ବିଶ୍ୱନାଥ ଗମାଙ୍ଗଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ବୃନ୍ଦାବନ ପାଢ଼ୀ, ଶଙ୍କର ହୁଈକା, ଗେଦାଲି ଶ୍ରୀନୁ, ଏମ୍ ଧର୍ମେନ୍ଦ୍ର, ରାଜୀବ ନାୟକ, ପ୍ରମୁଖ ଦଳୀୟ କର୍ମୀ ଓ ନେତା ଉପସ୍ଥିତ ଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories