www.samajalive.in
Wednesday, December 10, 2025
26.1 C
Bhubaneswar

ପୂର୍ବତନ ମନ୍ତ୍ରୀ ହବିବୁଲ୍ଲା ଖାଁଙ୍କର ଶ୍ରାଦ୍ଧ ବାର୍ଷିକୀ ପାଳିତ

ନବରଙ୍ଗପୁର: ଓଡ଼ିଶା ବିଧାନସଭାକୁ ଲଗାତାର ୯ଥର ନିର୍ବାଚିତ ହୋଇ ବିଧାୟକ, ଦୀର୍ଘ ୧୪ ବର୍ଷ ମନ୍ତ୍ରୀ, ଅସ୍ଥାୟୀ ବାଚସ୍ପତି ଜନାନ ହବିବୁଲ୍ଲା ଖାଁଙ୍କର ନବମ ଶ୍ରାଦ୍ଧ ବାର୍ଷିକୀ ସଭା ତଥା ଦଶମ ମହାପ୍ରୟାଣ ଦିବସ ପାଳନ କରାଯାଇଛି। ନବରଙ୍ଗପୁର ସ୍ଥିତ ଶାସ୍ତ୍ରୀ ଭବନ ଠାରେ ସର୍ବ ଦଳୀୟ ସମାବେଶ ଆୟୋଜନ କରାଯାଇଥିଲା।ଏହି କାର୍ୟ୍ୟକ୍ରମ ର ଆବାହକ ସ୍ଵାଧୀନତା ସଂଗ୍ରାମୀ ସହିତ ସ୍ମୁତି ସଂସଦ ର କାର୍ୟ୍ୟକାରୀ ସଭାପତି ତଥା ଜିଲା କଂଗ୍ରେସ କମିଟି ସଭାପତି ମୁନା ତ୍ରିପାଠୀ ସଭାରେ ଅଧ୍ୟକ୍ଷତା କରିଥିଲେ। ସ୍ବର୍ଗତ ଖାଁଙ୍କ ମନ୍ତ୍ରିତ୍ଵ ସମୟରେ କରିଥିବା ଉଲ୍ଲେଖନୀୟ ଅବଦାନ, ରାଜନୈତିକ ପାରଦର୍ଶିତା ଓ ବିଚକ୍ଷଣ କୂଟନୀତି ଉପରେ ସଭାରେ ଆଲୋଚନା କରାଯାଇଥିଲା। ଜିଲା ଭିତ୍ତିକ ସରକାରୀ ଚାକିରୀ ଓ ବିଭିନ୍ନ ମନ୍ତ୍ରୀ ଥିବା ସମୟରେ ବିଭିନ୍ନ ବିଭାଗର ଚାକିରିକୁ ଅବିଭକ୍ତ କୋରାପୁଟ ଜିଲାର ପିଲାମାନେ କିପରି ପାଇଥିଲେ ତାହା ଉପରେ ବକ୍ତାମାନେ ଆଲୋଚନା କରିଥିଲେ। ଯେଉଁମାନେ ତାଙ୍କ ସ୍ମୁତି ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ସେମାନଙ୍କ ମଧ୍ୟରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ପୂର୍ବତନ ବିଧାୟକ ସଦନ ନାୟକ, ପୂର୍ବତନ ଜିଲା ପରିଷଦ ସଭାପତି ମଞ୍ଜୁଳା ମାଝୀ, ପୌର ପରିଷଦ ନଗରପାଳ କୁନୁ ନାୟକ, ବିଜୁ ଜନତା ଦଳ ବରିଷ୍ଠ ନେତା ନାରାୟଣ ପାତ୍ର, ଜିଲା ପରିଷଦ ସଭ୍ୟା ଲିପିକା ମାଝୀ, ପୂର୍ବତନ ପୌରପାଳ ଅର୍ଜୁନ ତ୍ରିପାଠୀ ଉପସ୍ଥିତ ଥିଲେ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories