www.samajalive.in
Saturday, December 13, 2025
26.1 C
Bhubaneswar

କନ୍ଧମାଳ ଜିଲ୍ଲାରେ ମାତୃ ପିତୃ ପୂଜନ ଦିବସ ପାଳନ

ଫୁଲବାଣୀ: ଅଖିଳ ଭାରତୀୟ ସାହିତ୍ୟ ପରିଷଦ, କନ୍ଧମାଳ ଜିଲ୍ଲା ତରଫରୁ ଜିଲ୍ଲା ସାରା ମାତୃ ପିତୃ ପୂଜନ ଦିବସ ବ୍ୟାପକ ଭାବେ ପାଳନ କରାଯାଇଛି। ସାମ୍ପ୍ରତିକ ସମୟରେ ଆମ ସଂସ୍କୃତି ଓ ପରମ୍ପରାକୁ ଭୁଲି ଯୁବ ପିଢ଼ି ପାଶ୍ଚାତ୍ୟ ପ୍ରେମରେ ବୁଡ଼ି ଯାଉଛନ୍ତି, ବାପା ମାଆ ଭଳି ଅତି ଆପଣାର ସମ୍ପର୍କ ଠାରୁ ଦୁରେଇ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ବାପା ମାଆଙ୍କୁ ଭଲ ପାଇବା, ଆଦର କରିବା, ଭକ୍ତି ଓ ସମ୍ମାନ ଦେଖାଇବା ପାଇଁ ପରିଷଦ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ସଂଯୋଜକଙ୍କ ମାର୍ଗଦର୍ଶନରେ ଏହି ପୂଜନ କାର୍ୟ୍ୟକ୍ରମ ଆୟୋଜନ ହୋଇଯାଇଛି ବୋଲି କନ୍ଧମାଳ ଜିଲ୍ଲା ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସମ୍ପାଦକ କୈଳାଶ ଚନ୍ଦ୍ର ଧଳ କହିଛନ୍ତି। ଫୁଲବାଣୀ ସ୍ଥିତ ଏସ ଏସ ନର୍ସରୀ ପରିସରରେ ପରିଷଦର ଉପ ସଭାପତି ପ୍ରସନ୍ନ ପଣ୍ଡାଙ୍କ ଉଦ୍ୟମରେ ଶିଶୁମାନଙ୍କ ଦ୍ୱାରା ପୂଜନ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ସମ୍ପାଦକ କୁମାର କୁନ୍ଦନ ସିଂ, ଅଧ୍ୟକ୍ଷ ଅବନୀକାନ୍ତ ପଟ୍ଟନାୟକ, ଉପଦେଷ୍ଠା ବନବିହାରୀ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବାଲିଗୁଡାରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପରିଷଦର ବାଲିଗୁଡା ସଂଯୋଜକ ତୀର୍ଥବାସୀ ଘଡେଇଙ୍କ ତତ୍ୱାବଧାନରେ ଆୟୋଜିତ ହୋଇଥିଲା। ପ୍ରାୟ ପଚାଶ ଜଣ ପିତା ମାତା ଯୋଗଦେଇଥିଲେ। ଏଥିରେ ଆଦିବାସୀ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଡ଼ଃ ବିଭୁତି ଭୂଷଣ ଆଚାର୍ୟ୍ୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲା ବେଳେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପୂର୍ବତନ ସଂକୁଳ ସଦସ୍ୟ ବଂଶୀଧର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories