www.samajalive.in
Wednesday, December 10, 2025
26.1 C
Bhubaneswar

ହିନ୍ଦୁସେନା ତରଫରୁ ବଡ଼ମ୍ବାରେ ଗୋ ମାତା ଆଲିଙ୍ଗନ ଦିବସ ପାଳନ

ବଡ଼ମ୍ବା: ହିନ୍ଦୁ ସେନା ତରଫରୁ ସ୍ଥାନୀୟ କଲେଜ ପଡ଼ିଆରେ ବଡ଼ମ୍ବାରେ ଗୋ ମାତା ଆଲିଙ୍ଗନ ଦିବସ ପାଳନ କରାଯାଇଛି। ସେନାର ସଭାପତି ସହଦେବ ମଲ୍ଲିକ ଏବଂ ସଂଯୋଜକ ଚିନ୍ମାତ୍ମା ମହାନ୍ତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ଶିକ୍ଷାବିତ୍‌‌ ଚନ୍ଦ୍ରଶେଖର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ବେଦ ବେଦାନ୍ତର କଥା ଉଲ୍ଲେଖ କରି ଗୋ ମାତୃକାର ପୂଜନ ଏବଂ ସେବା ସମ୍ପର୍କରେ ଆଲୋକପାତ କରିଥିଲେ। ବିକାଶ ପରିଷଦର ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ଶିକ୍ଷକ ରମେଶଚନ୍ଦ୍ର ବେହେରା, ସାମାଜିକ କର୍ମୀ ଦିଲିପ କୁମାର ରାଉତ, ମନୋଜ କୁମାର ଉଦୟଭାନୁ, ଶିବନାରାୟଣ ମିଶ୍ର ପ୍ରମୁଖ ଏହି କାର୍ୟ୍ୟକ୍ରମରେ ଯୋଗଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରାରରେ ଗୋ ମାତାର ପୂଜନ ଓ ବନ୍ଦନର ପୃଷ୍ଠଭୁମି ଉପରେ ଆଲୋକପାତ କରିଥିଲେ। କାର୍ୟ୍ୟକ୍ରମ ଅବସରରେ ଗୋ ମାତାଙ୍କ ପୂଜନ ସହିତ ଉପସ୍ଥିତ ଶ୍ରଦ୍ଧାଳୁମାନେ ଗୋ ମାତାକୁ ଶ୍ରଦ୍ଧା ପୂର୍ବକ ଆଲିଙ୍ଗନ କରିଥିଲେ।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories