www.samajalive.in
Saturday, December 13, 2025
26.1 C
Bhubaneswar

ଏଟିଏମ ତାଡି ଲକ୍ଷାଧିକ ଟଙ୍କା ଲୁଟ୍‌‌

ନନ୍ଦପୁର :  କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅନ୍ତର୍ଗତ ବାଲଡ଼ା ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଥିବା ଏସବିଆଇ ଏଟିଏମ ରୁ ବିଳମ୍ବିତ ରାତି ୩ ଟା ୩୦ ରୁ ୩ ଟା ୪୫ ମି. ମଧ୍ୟରେ ଚୋରି ହୋଇଛି। ଏଟିଏମରେ ଥିବା ଲକ୍ଷାଧିକ ଟଙ୍କା ଚୋରି ପରେ ପ୍ରମାଣ ନଷ୍ଟ ପାଇଁ ଦୁର୍ବୃତ୍ତ ମାନେ ଏଟିଏମରେ ନିଆଁ ଲଗାଇ ପୋଡି ଦେଇଛନ୍ତି। ନନ୍ଦପୁର ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ପାଡୁଆ ପୁଲିସ ଥାନାଧିକାରୀ ଶବ୍ୟସାଚି ଶତପଥି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।
ଷ୍ଟେଟ ବ୍ୟାଙ୍କ ସମ୍ମୁଖରୁ ଏଭଳି ଘଟଣା ଲୋକଙ୍କୁ ଚକିତ କରିବା ସହ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଚର୍ଚ୍ଚା ଚାଲିଛି। ବ୍ୟାଙ୍କ୍ ରେ ସ୍ଥାପିତ ସି ସି ଟିଭିରେ ବନ୍ଧୁକଧାରୀ ଦୁର୍ବୃତ୍ତ ମାନେ କିଭଳି ଦୁଇ ଦାମୀ କାର୍‌‌ ରେ ବିଭିନ୍ନ ଯନ୍ତ୍ରାଂଶ ସହ ଆସି ଏଟିଏମ ରୁ ଚୋରି କରିବା ସହ ନିଆଁ ଲଗାଇ ପାଡୁଆ ପଟକୁ ଚାଲି ଯାଇଛନ୍ତି ତାହାର ଭିଡିଓ ରେକର୍ଡ ରହିଛି।
ଏଟିଏମ ରୁ ଟଙ୍କା କାଢ଼ି ନେବା ପରେ ବାଲଡ଼ା ଗ୍ରାମ ଠାରୁ କିଛି ଦୂରରେ ଉକ୍ତ ପେଡିରୁ ଟଙ୍କା କାଢ଼ି ଖାଲି ବାକ୍ସ ଟିକୁ ରାସ୍ତା କଡ଼ରେ ଫୋପାଡି ଦେଇ ଦୁର୍ବୃତ୍ତ ମାନେ ଫେରାର ହୋଇଥିବା ଜଣାପଡ଼ିଛି। ପୁଲିସ ଉକ୍ତ ଖାଲି ବାକ୍ସ କୁ ଉଧାର କରିଛି। ପ୍ରାଥମିକ ତଦନ୍ତରୁ ଦୁର୍ବୃତ୍ତ ମାନେ ପେଦା ବାଇଲି ଦେଇ ଆନ୍ଧ୍ର ପ୍ରଦେଶ ଅଞ୍ଚଳ ଆଡ଼କୁ ଚାଲି ଯାଇଥିବା ଜଣା ପଡ଼ିଛି। ତଦନ୍ତ ଚାଲିଛି । ସୀମାନ୍ତ ଅଞ୍ଚଳରେ ଆଲର୍ଟ ଜାରି ହୋଇଛି। ପୂର୍ବରୁ ବାଲେଶ୍ଵର ନବରଙ୍ଗପୁର ଆଦି ଅଞ୍ଚଳରେ ଏଭଳି ସମାନ ଢଙ୍ଗରେ ଘଟଣା ଘଟାଇ ଦୁର୍ବୃତ୍ତ ମାନେ ଖସି ଯିବାରେ ସଫଳ ହୋଇଥିବାରୁ ସେଇ ସମାନ ଗ୍ୟାଙ୍ଗ ବାଲଡ଼ା ଏଟିଏମ ଲୁଟ କରିଥିବାର ପୁଲିସ ସନ୍ଦେହ କରୁଛି। ବର୍ତମାନ ବାଲଡ଼ା ଶାଖାର ସମସ୍ତ ଅନ ଲାଇନ ବ୍ୟାଙ୍କ୍ ସେବା ବନ୍ଦ ରଖାଯାଇଥିବାରୁ ଗ୍ରାହକ ହଇରାଣ ହେଉଥିବା ଦେଖିବାକୁ ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories