www.samajalive.in
Sunday, December 7, 2025
16.1 C
Bhubaneswar

ବନ୍ଧୁଙ୍କୁ ହତ୍ୟା କରିବା ପରେ ସ୍ତ୍ରୀକୁ ହତ୍ୟା କଲେ ବ୍ୟବସାୟୀ

ନୂଆଦିଲ୍ଲୀ . –  ନିଜ ବ୍ୟବସାୟରେ ଅଂଶୀଦାର ଥିବା ଜଣେ ବନ୍ଧୁ ହତ୍ୟା କରି ୨୪ ଗଡ କରିବା ପରେ ଏକାଠି ଆତ୍ମହତ୍ୟା କରିବା ପାଇଁ ସ୍ତ୍ରୀଙ୍କୁ କହିଥିବା ଜଣେ ବ୍ୟବସାୟୀ ନିଜ ତାଙ୍କୁ ବି ହତ୍ୟା କରିଛନ୍ତି ।  ହାର୍ଣ୍ଣେକ ସିଂ ନାମକ ବ୍ୟକ୍ତି ବ୍ୟବସାୟ ପାଇଁ ନିଜ ବନ୍ଧୁ ଜଶକରଣ ସିଂଙ୍କ ଠାରୁ ୪୦ ଲକ୍ଷ ଟଙ୍କା ଋଣ ନେଇଥିଲେ । ମାତ୍ର ପରେ ସେ ସୁଝି ପାରି ନଥିଲେ ।

ଜଶ କରଣ ଟଙ୍କା ପାଇଁ ବାରମ୍ବାର ତାଗିଦା କରିଥିଲେ । ଶେଷରେ  ହାର୍ଣ୍ଣେକ ଜଶକରଣଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ।  ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ଥିବା ନିଜ ଫ୍ଲାଟକୁ ସେ ଜଶକରଣଙ୍କୁ ଡକାଇଥିଲେ । ସେଠାରେ ସେ ପତ୍ନୀ ଓ ଅନ୍ୟ ଜଣେ ବନ୍ଧୁଙ୍କ ସହ ମିଶି ଜଶ କରଣଙ୍କୁ ହତ୍ୟା କରିଥଲେ । ଏହାପରେ ତାଙ୍କ ଶରୀରକୁ ୨୪ ଗଡ କରି ନିଜ ଘର ଲୁଧିଆନାକୁ ଯାଇଥଲେ । ନିଛାଟିଆ ରାସ୍ତାରେ ସେ ଜଶକରଣଙ୍କ ଶବର ବିଭିନ୍ନ ଅଂଶଙ୍କୁ ଫିଙ୍ଗ ଦେଇଥିଲେ । ପରେ ସେମାନେ ଧରା ପଡିଯିବା ଭୟରେ ଆତ୍ମହତ୍ୟା କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସେ  ହାର୍ଣ୍ଣେକ ନିଜ ସ୍ତ୍ରୀଙ୍କୁ ପ୍ରବର୍ତ୍ତାଇଥିଲେ । ପୁଣି ଗୁରୁଗ୍ରାମକୁ ଫେରି ସେ ସ୍ତ୍ରୀଙ୍କୁ ଆତ୍ମହତ୍ୟା କରିବା ପାଇଁ କହିଥିଲେ। ମାତ୍ର ସ୍ତ୍ରୀ ରାଜି ନ ହେବାରୁ ତାଙ୍କର ଗଳା କାଟି ହତ୍ୟା କରିବା ପରେ  ନିଜ ଶରୀରର ବିଭିନ୍ନ ଅଂଶରେ କ୍ଷତ କରିଥିଲେ। ପରେ ପୁଲିସ ପହଞ୍ଚିବାରୁ ଡକାୟତମାନେ ତାଙ୍କୁ ଆକ୍ରମଣ କରି ଆହତ କରିବା ସହ ତାଙ୍କ ସ୍ତ୍ରଙ୍କୁ ହତ୍ୟା କରିଥିବା କଥା କହିଥିଲେ । ମାତ୍ର ପୁଲିସ ପଚରା ଉଚରା କରିବାରୁ ସେ ସତ ମାନିଯାଇଥିଲେ ବୋଲି ଗୁରୁଗ୍ରାମ ପୁଲିସର ମୁଖପାତ୍ରା ବୋକାନ କହିଛନ୍ତି । ଏବେ ପୁଲିସ ହାର୍ଣ୍ଣେକଙ୍କୁ ଗିରଫ କରିବା ଅଦାଲତରେ ହାଜର କରି ରିମାଣ୍ଡରେ ନେଇଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories