www.samajalive.in
Sunday, December 7, 2025
18.1 C
Bhubaneswar

ରଙ୍ଗେଇଲୁଣ୍ଡା ବିମାନ ପଡିଆ ସଂପ୍ରସାରଣ କାର୍ଯ୍ୟ ତଦାରଖ କଲେ ଜିଲ୍ଲାପାଳ 

ଗୋପାଳପୁର-  ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟରେ ଥିବା ରଙ୍ଗେଇଲୁଣ୍ଡା ବିମାନ ପଡିଆ ରୁ ବିମାନ ଚଳାଚଳ ପାଇଁ ଦୀର୍ଘ ବର୍ଷର ଦାବି ହୋଇ ଆସୁଥିଲା l ଏ ନେଇ ଆଜି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଅନ୍ୟ ବିଭାଗୀୟ କର୍ତୃପକ୍ଷଙ୍କ ସହ ବିମାନ ପଡ଼ିଆରେ ପହଞ୍ଚି ଆଲୋଚନା କରିବା ସହ ଅଧିଗ୍ରହଣ ହେବାକୁ ଜମି ବୁଲି ଦେଖିଥିଲେ । ବର୍ତମାନ ରଙ୍ଗେଇଲୁଣ୍ଡା ବିମାନ ପଡିଆଟି ୯୭୫ ମିଟର ଲମ୍ବା,ଓ ୧୫୦ ମିଟର ଓସାର ବିଶିଷ୍ଟ ରହିଛି।ଏହା ମଧ୍ୟରୁ ରନ ୱେ ଲମ୍ବା ୭୫୦ ମିଟର ରହିଥିବା ହେତୁ ବିମାନ ଉଡାନ ସମ୍ଭବପର ହୋଇ ପାରୁନାହିଁ।କେବଳ ଛୋଟିଆ ହେଲିକେପ୍ଟର ଓ ଛୋଟ ଉଡାଜାହାଜ ଚଳାଚଳ କରି ପାରୁଛି। ବିମାନ ପଡ଼ିଆ ସଂପ୍ରସାରଣ କରି ଏଠାରୁ ବିମାନ ଉଡାଣ ନିମନ୍ତେ ଜମି ଅଧିକରଣ ଆବଶ୍ୟକ ରହିଥିବାରୁ ବେସରକାରୀ ଜମି ଓ ସରକାରୀ ଜମି ଚିହ୍ନଟ କରାଯାଇଛି l

ସଂପ୍ରସାରଣ ପାଇଁ ଆବଶ୍ୟକ। ପଡୁଥିବା ଜମି ବିମାନ ପଡିଆ ପାଚେରୀ ଠାରୁ ବିଶ୍ଵବିଦ୍ୟାଳୟ ବାଳକ ହଷ୍ଟେଲ ପର୍ଯ୍ୟନ୍ତ ପ୍ରାୟ ୯୦ ମିଟର, ପାଚେରୀ ଠାରୁ ବିଶ୍ଵବିଦ୍ୟାଳୟ ପ୍ରଶାସନିକ କୋଠା ପର୍ଯ୍ୟନ୍ତ ପ୍ରାୟ ୪୦ ମିଟର, ବ୍ରହ୍ମପୁର ଗୋପାଳପୁର ମୁଖ୍ୟ ରାସ୍ତା ପଟେ ପାଚେରୀ ଠାରୁ ପ୍ରାୟ ୨୫୦ ମିଟର ଲମ୍ବା, ମୋନାର୍କ ଛକ ପାଚେରୀ ଠାରୁ ପ୍ରାୟ ୩୦ ମିଟର ଲମ୍ବା ସଂପ୍ରସାରଣ କରାଯିବ ବୋଲି ଜଣାପଡିଛି l ବିଶ୍ଵବିଦ୍ୟାଳୟର ପ୍ରାୟ ୨୫ ଏକର ଜମି ଦରକାର ପଡୁଥିବାରୁ ଉଚ୍ଚଶିକ୍ଷା ବିଭାଗ ଚିଠି କରାଯଇଥିଲା l

- Advertisement -

ଉଚ୍ଚଶିକ୍ଷା ବିଭାଗ ଏ ନେଇ ବିଶ୍ଵବିଦ୍ୟାଳୟ କୁଳସଚିବଙ୍କୁ ଆବଶ୍ୟକ ଥିବା ଜମି ଚିହ୍ନଟ କରି ଜମିରେ ଥିବା ସ୍ଥିତିକୁ ଜଣାଇବା ପାଇଁ ଚିଠି କରିଥିଲେ l ଚିଠି ପ୍ରକାରେ ଜମିର ସ୍ଥିତିକୁ ନେଇ ଉଚ୍ଚଶିକ୍ଷା ବିଭାଗକୁ ଜଣାଇଥିଲେ । ବିମାନ ପଡ଼ିଆ ସମ୍ପ୍ରସାରଣ ନେଇ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ ବେଳେ ରଙ୍ଗେଇଲୁଣ୍ଡା ବିମାନ ବନ୍ଦରଟିକୁ ଉନ୍ନତ ମାନର ପ୍ରସ୍ତୁତି କରାଯିବ, ଏଥି ନିମନ୍ତେ ଟେଣ୍ଡର ପ୍ରକ୍ରିୟା ସରିଥିବା ବେଳେ, ଟେକନିକାଲ ସ୍ଥିତିକୁ ସର୍ଭେ କରିବା ପାଇଁ ଆଜି ଆଲୋଚନା କରାଯାଇଛି ବୋଲି ମତପୋଷଣ କରିଥିଲେ l

ଟେକ୍ନିକାଲ ସ୍ଥିତ ର ସର୍ଭେ କାମ ସରିବା ପରେ ସରକାର ଉଡାନ ପାଇଁ ନିଷ୍ପତି ନେବେ ବୋଲି କହିଛନ୍ତି l ପରିଦର୍ଶନରେ ଜିଲ୍ଲାପାଳଙ୍କ ସମେତ ବ୍ରହପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି,ଜମି ଅଧିକରଣ ଅଧିକାରୀ ଉମା କାନ୍ତ ବାରିକ, ଡ଼ି ଏଫ ଓ ଅମ୍ଲାନ ନାୟକ, ପୂର୍ତ୍ତ ବିଭାଗର ଏସ ଇ ତପନ ପାଣିଗ୍ରାହୀ, ଇଣ୍ଡିଆ ୱାନ ଏଇରପୋର୍ଟ ଅଧିକାରୀ ରାହୁଲ କୁମାର, ଏନ ସି ସି ଗୃପ କମାଣ୍ଡେଣ୍ଟ ସଚିନ ଗୁପ୍ତା, ଆସିଷ୍ଟାଣ୍ଟ ଇ. ଇ ନିର୍ମଳ ନାୟକ, ଏ ଇ ଚିନ୍ମୟ ତ୍ରିପାଠୀ,ଜେ.ଇ ଲକ୍ଷ୍ମଣ ମାରାଣ୍ଡି, କନିସି ଆଡିସିନାଲ ତସିଲଦାର କୁଲଦିପ କୁମାର, କରାପଲ୍ଲୀ ଆର ଆଇ ନିରାକାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ l ଦୀର୍ଘ ବର୍ଷ ହେଲା ସାଧାରଣରେ ଦାବି ହୋଇ ଆସୁଥିଲେ ମଧ୍ୟ ସମ୍ପୂକ୍ତି ଥିବା ଅଧିକାରୀ ମାନେ ସର୍ଭେ କରି ଫେରୁଥିବା ବେଳେ ବିମାନ ଚଳାଚଳ କେବେ ହବ ସେ ନେଇ ଅଂଚଳ ବାସୀ ଅପେକ୍ଷା କରିଛନ୍ତି l ଖୁବ୍ ଶୀଘ୍ର ବି ଟୁ ବିମାନ ଉଡାଣ ପାଇଁ ପ୍ରୟାସ ଚାଲିଥିବା ଜଣାପଡିଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories