www.samajalive.in
Saturday, December 13, 2025
26.1 C
Bhubaneswar

ପବନରେ ଆଳୁ ଚାଷ

ଚାଷ କରିବା ପରେ ଚାଷୀଟେ ଭାରି ଚିନ୍ତାରେ ରହେ। ଫସଲ ଏଥରକ ଭଲ ହେବ କି ନାଇଁ, ମାଟି ଉର୍ବର ନଥିଲେ ଆଉ ଏକ ସମସ୍ୟା ଉପୁଜେ। ସବୁ ଠିକ୍‌ଠାକ୍ ଥିଲେ, ଆଳୁ ଚାଷ କରି ମଧ୍ୟ ଚାଷୀ ଲାଭବାନ୍ ହେଉଛନ୍ତି। ମାଟିରେ ଖଣିଜତତ୍ତ୍ବ ଯଥା ପରିମାଣରେ ନଥିଲେ, ଆଳୁ ଭଲ ହୁଏନି। ଏତେ ସବୁ ଚିନ୍ତାରୁ ମୁକ୍ତି ଚାହୁଁଥିଲେ, ଚାଷୀ ଭାଇମାନେ ଏଥରକ ପବନରେ ଆଳୁ ଚାଷ କରିବାକୁ ପ୍ରସ୍ତୁତ ହୋଇଯାନ୍ତୁ।

ଏରୋପୋନିକ୍ ମାଧ୍ୟମରେ ଏହି ଚାଷ ଚାଲିଛି। ହରିୟାଣାସ୍ଥିତ ଆଳୁ ଗବେଷଣା କେନ୍ଦ୍ରରେ ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷା କରି ଗବେଷକ ସଫଳ ହୋଇଛନ୍ତି। ଗବେଷକ କହିଛନ୍ତି, ମାଟିରେ ଆଳୁ ଚାଷ କଲେ କ୍ଷୟକ୍ଷତି ଅଧିକ ହେଉଛି। ମାଟିରେ ଥିବା ଜୀବାଣୁ ଆକ୍ରମଣରୁ ଆଳୁକୁ ସୁରକ୍ଷିତ ଭାବେ ଚାଷ କରିବା ଆଦୌ ସହଜ ନୁହେଁ। ଚାଷୀମାନେ ଖୁବ୍ କମ୍ ଅର୍ଥ ବିନିଯୋଗ କରି ଏଥିରୁ ଲାଭବାନ୍ ହୋଇପାରିବେ। ଏହି ପ୍ରକ୍ରିୟାରେ ଆଳୁ ଚାଷ ଝୁଲନ୍ତା ଭାବେ କରାଯିବ। ମଧ୍ୟପ୍ରଦେଶ ଚାଷୀମାନେ ଏହି ଉପାୟରେ ଚାଷ କରିବାକୁ ତାଲିମ ନେବା ଆରମ୍ଭ କରିଛନ୍ତି। ଖୁବ୍ ଶୀଘ୍ର ଦେଶର ପ୍ରତ୍ୟେକ ପ୍ରାନ୍ତରେ ଏରୋପୋନିକ୍ ମାଧ୍ୟମରେ ଆଳୁ ଚାଷ କରାଯିବା ଯୋଜନା ଚାଲିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories