www.samajalive.in
Saturday, December 13, 2025
26.1 C
Bhubaneswar

ଇଡି କାର୍ଯ୍ୟାଳୟରେ ପ୍ରଯୋଜକ ଅକ୍ଷୟ ପରିଜା; ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟଙ୍କୁ ହେବ ମୁହାଁମୁହିଁ ଜେରା

ଭୁବନେଶ୍ୱର: ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ପକ୍ଷରୁ ଜୋରଦାର ତଦନ୍ତ ଆରମ୍ଭ କରାଯାଇଛି ।  ଇଡିର ସମନ ପରେ ପୁଣି ଥରେ ଇଡି ଅଫିସରେ ହାଜର ହୋଇଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ଗତକାଲି ଅକ୍ଷୟଙ୍କୁ ଇଡି ଜେରା କରିଥିବା ବେଳେ, ଆଜି ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟଙ୍କୁ ମୁହାଁମୁହିଁ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦେଶାଳୟ ।

ବ୍ଲାକମେଲିଂ ଓ ଟଙ୍କା କାରବାରକୁ ନେଇ ପଚରାଉଚରା କରିବ ଇଡି । ଅର୍ଚ୍ଚନାଙ୍କ ସହ ଉଭୟଙ୍କ ସମ୍ପର୍କକୁ ନେଇ ମଧ୍ୟ ଇଡି ପ୍ରଶ୍ନ କରିବ । କଳା ସାମ୍ରାଜ୍ୟର ଗୁମର ଖୋଲିବାକୁ ତଥ୍ୟ ଓଗାରିବ ପ୍ରବର୍ତ୍ତନ ନିର୍ଦେଶାଳୟ । ଅର୍ଚ୍ଚନାଙ୍କ ସହ କୋଟି କୋଟି ଟଙ୍କା କାରବାର । ଘଟଣାରେ କେଉଁ ମାନଙ୍କର ରହିଛି ସମ୍ପୃକ୍ତି ? ଏସବୁକୁ ନେଇ ଖୋଳତାଡ଼ କରିପାରେ ଇଡି ।

- Advertisement -

ଆଜି ସକାଳୁ ସକାଳୁ ଇଡି ଅଫିସରେ ଶ୍ରଦ୍ଧାଞ୍ଜଳି ବେହେରା ହାଜର ହୋଇଛନ୍ତି । ପ୍ରବର୍ତ୍ତନ ନିର୍ଦେଶାଳୟର ସମନ ପରେ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିବା ଜଣାପଡ଼ିଛି । ଅର୍ଚ୍ଚନାଙ୍କ ସହ ଲିଂକକୁ ନେଇ ଶ୍ରଦ୍ଧାଞ୍ଜଳିଙ୍କୁ ପଚରାଉଚରା କରୁଛି ଇଡି । ତାହାସହ ଅର୍ଚ୍ଚନାଙ୍କ ପ୍ରସଙ୍ଗରେ ଅନେକ କଥାକୁ ନେଇ ମଧ୍ୟ ଇଡି ଖୋଳତାଡ କରିବ ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories