www.samajalive.in
Monday, December 8, 2025
24.1 C
Bhubaneswar

ଅତ୍ୟନ୍ତ ସ୍ୱଚ୍ଛତାର ସହ ହୋଇଛି ଏଏସଓ ପରୀକ୍ଷା- ଲୋକସେବା ଆୟୋଗ ଅଧ୍ୟକ୍ଷ

ଭୁବନେଶ୍ୱର: ଏଏସ୍ଓ ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଆଜି ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି, ଅତ୍ୟନ୍ତ ସ୍ୱଚ୍ଛତାର ସହ ଏଏସଓ ପରୀକ୍ଷା କରାଯାଇଛି । ଫାଇନାଲ୍‍ ପରୀକ୍ଷାଫଳ ପରେ ମାର୍କସିଟ୍‍ , ଆନ୍ସର କି ଅପଲୋଡ୍‍ କରାଯିବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୨୦୧୬ ନିୟମାନୁସାରେ ଅପଲୋଡ୍‍ ହେବ । ଚଳିତ ପରୀକ୍ଷାରେ ବିଭିନ୍ନ ବର୍ଗ ପାଇଁ ସର୍ବନିମ୍ନ ଯୋଗ୍ୟତା ମାର୍କ ରଖିଥିଲୁ । ସାଧାରଣ ବର୍ଗ ପାଇଁ ୪୦% ଓ ଏସଇବିସି/ଏସସି/ଏସଟିଙ୍କ ପାଇଁ ୩୦% ରଖିଥିଲୁ । ଯିଏ ଭାବୁଥିବେ ଭଲ କରିଥିଲୁ କ୍ୱାଲିଫାଏ କରିନୁ,କେଉଁଥିରେ କମିଥାଇପାରେ । କୌଣସି ଏକ ବିଷୟରେ ସର୍ବନିମ୍ନ ମାର୍କ ରଖିନଥିଲେ ସିଲେକ୍ଟ ହୋଇନଥିବେ । ଫାଇନାଲ ରେଜଲ୍ଟ ବାହାରିବା ପରେ ମାର୍କ ଦେଖି ଅଭିଯୋଗ କରିପାରିବେ । ଯଦି ତାଙ୍କ ଅଭିଯୋଗରେ ସତ୍ୟତା ଥିବ,ତ୍ରୁଟି ସଂଶୋଧନ କରାଯିବ । ରେଜଲ୍ଟ ବାହାରିବା ପୂର୍ବରୁ ଅଭିଯୋଗ, ବିଭ୍ରାନ୍ତି କରିବା ଛଡା କିଛି ନୁହେଁ । ଅନିୟମିତତା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଅଧ୍ୟକ୍ଷ କହିଛନ୍ତି । ଅଭିଯୋଗ ମିଥ୍ୟା, ରେଜଲ୍ଟ ପରେ ଅଭିଯୋଗ କଲେ ପଦକ୍ଷେପ ନେବୁ ବୋଲି କହିଛନ୍ତି ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories