www.samajalive.in
Saturday, December 6, 2025
16.1 C
Bhubaneswar

ଟିଟିଲାଗଡ଼ ଜିଲା ଦାବିକୁ ନେଇ ବିଶାଳ ଶୋଭାଯାତ୍ରା, ପୁଲିସ ସହ ଧସ୍ତାଧସ୍ତି

ଟିଟିଲାଗଡ଼: ଟିଟିଲାଗଡ଼ ଉପଖଣ୍ଡକୁ ଜିଲା ମାନ୍ୟତା ପ୍ରଦାନ ପାଇଁ ଏବେ ଅଞ୍ଚଳ ଆନ୍ଦୋଳିତ ହୋଇଛି। ଉପନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ଦଳ ପଦ୍ମପୁରକୁ ଜିଲା କରିବେ ବୋଳି ଘୋଷଣା ପରେ ଟିଟିଲାଗଡ଼ ଉପଖଣ୍ଡ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ମାନବ ଶୃଙ୍ଖଳ ଜରିଆରେ ଆନ୍ଦୋଳନ ବାର୍ତ୍ତା, ବିରୋଧି କଂଗ୍ରେସ ଏବଂ ବିଜେପି ସାମ୍ବାଦିକ ସମ୍ମିଳନୀ କରି ଆନ୍ଦୋଳନ ଚେତାବନୀ ଦେଇଛନ୍ତି। ଜିଲା କ୍ରିୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆସନ୍ତା ୧୫ ଦିନ ମଧ୍ୟରେ ଜିଲା ଘୋଷଣା ନହେଲେ ଭୟାବହ ଆନ୍ଦୋଳନ ହେବ ବୋଳି ଚେତାବନୀ ଦିଆଯାଇଛି। ଆଜି ଟିଟିଲାଗଡ଼ ବିକାଶ ସେନା ସଭାପତି ଇଂ ଅମ୍ଲାନ ଷଡ଼ଙ୍ଗୀ ନେତୃତ୍ୱରେ ହଜାର ହଜାର ଯୁବକ ଶତାଧିକ ବାଇକ ଶୋଭାଯାତ୍ରାରେ ଟିଟିଲାଗଡ଼ ସହର ପରିକ୍ରମା କରିଥିଲେ। ଉପଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟକୁ ଆନ୍ଦୋଳନକାରୀ ଧସେଇ ପଶିବାକୁ ଉଦ୍ୟମ ନେଇ କିଛି ସମୟ ପୁଲିସ ସହ ପ୍ରବଳ ଠେଲାପେଲା ହୋଇଥିଲା। ଟିଟିଲାଗଡ଼ ଏସଡ଼ିପିଓ ଅଙ୍କିତା କୁମ୍ଭାରଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ପୁଲିସ ବଳ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ଦେବାରୁ ଆନ୍ଦୋଳନକାରୀ ଗେଟ ସମ୍ମୁଖରେ ବହୁ ସମୟ ଧାରଣା ଦେବା ସହ ନାରାବାଜି କରିଥିଲେ। ପରେ ଟିଟିଲାଗଡ଼କୁ ତୁରନ୍ତ ଜିଲା ଗଠନ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆନ୍ଦୋଳନକାରୀ ଜିଲା କ୍ରିୟାନୁଷ୍ଠାନ କମିଟିର ଚେତାବନୀ ମୁତାବକ ୧୫ ଦିନ ମଧ୍ୟରେ ଟିଟିଲାଗଡ଼ ଜିଲ୍ଲା ଘୋଷଣା ନେଇ ଦାବି ପତ୍ର ପ୍ରଦାନ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories