www.samajalive.in
Monday, December 8, 2025
17.1 C
Bhubaneswar

ଜାଣନ୍ତୁ, କେଉଁ ରାଶିର ବ୍ୟକ୍ତି କେଉଁ ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି

ଆମେ ସମସ୍ତେ ନିଜର ପସନ୍ଦ ଅନୁସାରେ ପୋଷାକ ପରିଧାନ କରିଥାଉ। ବେଳେବେଳେ ଆମକୁ ଅନ୍ୟ ମାନଙ୍କ ପସନ୍ଦ ହିସାବରେ ପୋଷାକ ପିନ୍ଧିବାକୁ ପଡିଥାଏ। କଥାରେ ଅଛି, ବ୍ୟକ୍ତି ପୋଷାକରୁ ତାଙ୍କର ବ୍ୟକ୍ତିତ୍ୱ ଜଣା ପଡିଥାଏ। ଅନ୍ୟ ଲୋକମାନେ ଆପଣଙ୍କ ପୋଷାକ ଦେଖି ଅନେକ କିଛି ଜାଣିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ରାଶି ଅନୁସାରେ କପଡା ପିନ୍ଧିବା ଦ୍ୱାରା ଅନେକ କିଛି ଲାଭ ମିଳିଥାଏ। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କେଉଁ ପୋଷାକ ପିନ୍ଧିବାକୁ ପସନ୍ଦ କରିଥାନ୍ତି ..
ମେଷ: ଏହି ରାଶିର ବ୍ୟକ୍ତି ଅଧିକ ଆକର୍ଷଣୀୟ ପୋଷାକ ପିନ୍ଧିବାକୁ ଭଲ ଲାଗିଥାଏ। କିନ୍ତୁ ବୟସ ଅଧିକ ହେବା ପରେ ସେମାନେ ଏଥିରୁ ନିବୃତ୍ତ ହେବା ଉଚିତ।
ବୃଷ: ଏହି ରାଶିର ବ୍ୟକ୍ତି ଏପରି ପୋଷାକ ପିନ୍ଧନ୍ତି ଯାହାଦ୍ୱାରା ସେମାନଙ୍କ ବ୍ୟକ୍ତିତ୍ୱ ସର୍ବଦା ଅନ୍ୟ ମାନଙ୍କ ସମ୍ମୁଖରେ ଲୁଚି ରହିଥାଏ। ଏମାନେ ଭଲ ଓ ଉନ୍ନତମାନର ପୋଷାକ ପସନ୍ଦ କରି ପାରନ୍ତି ନାହିଁ।
ମିଥୁନ: ଏହି ରାଶିର ଲୋକମାନେ ନିଜ ପୋଷାକକୁ ନେଇ ସତର୍କ ରହିଥାନ୍ତି। ଏପରି ପୋଷାକ ପିନ୍ଧିବା ଦ୍ୱାରା ସେମାନେ ଅନ୍ୟମାନଙ୍କ ସମ୍ମୁଖରେ ନିଜ ବ୍ୟକ୍ତିତ୍ୱକୁ ଭଲ ରଖିଥାନ୍ତି।
କର୍କଟ: କର୍କଟ ରାଶିର ବ୍ୟକ୍ତିମାନେ ନିଜ ଇଚ୍ଛା ଅନୁସାରେ ପୋଷାକ ପିନ୍ଧିଥାନ୍ତି। ଅନ୍ୟ କାହାର ପସନ୍ଦ ଅନୁସାରେ ପୋଷାକ ସେମାନଙ୍କୁ ଭଲ ଲାଗି ନଥାଏ।
ସିଂହ: ସିଂହ ରାଶିର ବ୍ୟକ୍ତିମାନେ ପୋଷାକ ମାମଲାରେ ଅତ୍ୟନ୍ତ ଦୁର୍ବଳ ଅଟନ୍ତି। ତେଣୁ ଏମାନେ ପୋଷାକ ପିନ୍ଧିବା ବେଳେ ଅନ୍ୟମାନଙ୍କ ସାହାର୍ଯ୍ୟ ନେଇଥାନ୍ତି।
କନ୍ୟା: ଜ୍ୟୋତିଷଙ୍କ ଅନୁସାରେ ଏହି ରାଶିର ବ୍ୟକ୍ତିମାନେ ସବୁବେଳେ ଦାମିକିଆ ପୋଷାକ ପରିଧାନ କରିଥାନ୍ତି। ଅନ୍ୟମାନଙ୍କୁ ତାଙ୍କ ପୋଷାକ ପସନ୍ଦ ନ ଆସିଲେ ମଧ୍ୟ ଏମାନଙ୍କୁ ଫରକ ପଡି ନଥାଏ।
ତୁଳା: ଏହି ରାଶିର ବ୍ୟକ୍ତିମାନେ ଅନେକ ଷ୍ଟାଇଲିସ ପୋଷାକ ପିନ୍ଧିଥାନ୍ତି। ଏମାନେ ନୂଆ ପୋଷାକ ପିନ୍ଧିବା ଉପରେ ଅନ୍ୟମାନଙ୍କ ଅପେକ୍ଷା ସର୍ବଦା ଆଗୁଆ ରହିଥାନ୍ତି।
ବିଛା: ଏହି ରାଶିର ବ୍ୟକ୍ତିମାନେ କେତେବେଳେ ଅତ୍ୟନ୍ତ ଭଲ ପୋଷାକ ପିନ୍ଧିଥାନ୍ତି ତ କେତେବେଳେ ଅତ୍ୟନ୍ତ ଖରାପ ପୋଷାକ ପିନ୍ଧିଥାନ୍ତି। ତେଣୁ ଏହି ଦିଗରେ ଧ୍ୟାନ ଦେବା ଉଚିତ।
ଧନୁ: ଏହି ରାଶିର ବ୍ୟକ୍ତିମାନେ ପୋଷାକ ପିନ୍ଧିବାରେ ଅତ୍ୟନ୍ତ ଅବହେଳା କରନ୍ତି। ତେଣୁ ଏହି ବ୍ୟକ୍ତିମାନେ ସର୍ବଦା ସାଧା ପୋଷାକ ପିନ୍ଧିବାକୁ ପସନ୍ଦ କରିଥାନ୍ତି।
ମକର: ଏହି ରାଶିର ବ୍ୟକ୍ତିମାନେ ୩୦ବର୍ଷ ବୟସ ପର୍ଯ୍ୟନ୍ତ ପୋଷାକ ପସନ୍ଦ କରିବାରେ ଅବହେଳା କରିଥାନ୍ତି। କିନ୍ତୁ ବୟସ ଅଧିକ ହେବା ପରେ ଏହି ରାଶିର ବ୍ୟକ୍ତିମାନେ ପୋଷାକ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି।
କୁମ୍ଭ: କୁମ୍ଭ ରାଶିର ବ୍ୟକ୍ତିମାନେ ନିଜ ପୋଷାକକୁ ନେଇ ବାରମ୍ବାର ଦ୍ୱନ୍ଦରେ ରହିଥାନ୍ତି। ସର୍ବଦା ଭଲ ପୋଷାକ ପିନ୍ଧିବାକୁ ଏମାନଙ୍କୁ ଭଲ ଲାଗେ। ଏପରି କରିବା ଦ୍ୱାରା ତାଙ୍କ ସହ ରହୁଥିବା ଲୋକମାନେ ଚିଡିଯାଆନ୍ତି।
ମୀନ: ଏହି ରାଶିର ବ୍ୟକ୍ତିମାନେ ପୋଷାକ ପିନ୍ଧିବା ବେଳେ ସର୍ବଦା ସତର୍କ ରହିଥାନ୍ତି। ଏମାନଙ୍କ ପୋଷାକରେ ଅବହେଳା କରିବା ପସନ୍ଦ ହୋଇ ନଥାଏ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories