www.samajalive.in
Sunday, December 14, 2025
14.1 C
Bhubaneswar

ବିଶ୍ରାମାଗାର ଭିତରକୁ ମାଡ଼ିଗଲା ଟ୍ରେନ୍‌; ୩ମୃତ

ଯାଜପୁର: କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲାଟଫର୍ମରେ ଥିବା ଯାତ୍ରୀ ବିଶ୍ରାମାଗାର ଭିତରକୁ ଟ୍ରେନ୍‌ ମାଡ଼ିଯିବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି ।  ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୩ରୁ ୪ଟି ବଗି ଷ୍ଟେସନ ଭିତରକୁ ମାଡ଼ିଯିବା ସହ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି । ତାହା ସହ ଏହି ଦୁର୍ଘଟଣା ଯୋଗୁଁ ଷ୍ଟେସନରେ ଥିବା ଫୁଟ ଓଭରବ୍ରିଜ୍‌ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । କିଛି ବଗି ଫୁଟ ଓଭରବ୍ରିଜ୍‌ ଉପରେ ମଧ୍ୟ ଥିବା ଦେଖିବାକୁ ମିଳିଛି । ଯାହାକି ଏକ ଭୟଙ୍କର ଦୁର୍ଘଟଣା ବୋଲି ସ୍ପଷ୍ଟ ଜଣାପଡ଼ୁଛି । ସମସ୍ତ ମୃତକ ମାନେ ଯାତ୍ରୀ ବିଶ୍ରାମାଗାର ତଳେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଟ୍ରେନ୍‌ ମାଡ଼ିଯାଇଥିବା କୁହାଯାଉଛି ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories