www.samajalive.in
Saturday, December 13, 2025
26.1 C
Bhubaneswar

ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ୩ ଦଫା ଦାବିପତ୍ର ପ୍ରଦାନ

ବୌଦ୍ଧ: ବୌଦ୍ଧ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶ୍ରୀ ରାଜକୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ବୌଦ୍ଧ ଟାଉନ ହଲ ଠାରୁ ବାହାରି ବିଇଓଙ୍କୁ ୩ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରତ୍ୟେକ ସୋପାନରେ ରାଜ୍ୟ ସରକାରଙ୍କ ପାତରଅନ୍ତର ଓ ସଂଘ ବିଭାଜନ ନୀତି ଯୋଗୁଁ ପ୍ରାଥମିକ ଶିକ୍ଷକ ସବୁବେଳେ ଉପେକ୍ଷିତ ହୋଇ ଆସିଛି । ଗୁଣାତ୍ମକ ଶିକ୍ଷା ନାମରେ ଉଚ୍ଚ ଶିକ୍ଷିତ ତାଲିମ ପ୍ରାପ୍ତ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶୋଷଣ କରାଯାଉଛି ।  ଚଳିତ ଅକ୍ଟୋବର ୧୬ରେ ରାଜ୍ୟ ସରକାର ଘୋଷଣା କରଥିବା ଚିଠି ଅନୁଯାୟୀ ୨୦୦୧ ମସିହା ଠାରୁ ଆଜି ଯାଏଁ ନିଯୁକ୍ତି  ଥିବା ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉପେକ୍ଷିତ ଏହାର ଏକ ଜ୍ୱଳନ୍ତ ଉଦାହରଣ ।

ତେଣୁ ଏହାର ସମାଧାନ ପାଇଁ ସଂଘ ବିଇଓଙ୍କ ଜରିଆରେ ସମ୍ମାନୀୟ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ୫ଟି ସଚିବଙ୍କୁ ୩ଦଫା ଦାବି ପତ୍ର ପ୍ରଦାନ କରିଛି । ଯଥାଶୀଘ୍ର ଏହାର ପ୍ରତିକାର ନ ହେଲେ ଆସନ୍ତା ୨୭ ତାରିଖରେ ବିଧାନସଭା ଘେରାଉ କରାଯିବ ବୋଲି ରାଜ୍ୟ ସଂଘ ଜଣାଇ ସାରିଛନ୍ତି । ଅନିର୍ଦ୍ଧିଷ୍ଟ ପର୍ଯ୍ୟନ୍ତ ଧାରଣାରେ ବସିବା ଯୋଗୁଁ ବିଦ୍ୟାଳୟରେ ଶିକ୍ଷା ବ୍ୟପର୍ଯ୍ୟସ୍ତ ହେଲେ ସରକାର ହିଁ ଦାୟୀ ରହିବେ ।

- Advertisement -

ଏଣୁ ରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷକ ମାରଣ ନୀତିକୁ ରାଜ୍ୟ ସଂଘ ଉପ ସଭାପତି ଶ୍ରୀ ଶମ୍ଭୁ ଗିରି, ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦିଲୀପ କୁମାର ପ୍ରଧାନ, ଜ଼ିଲ୍ଲା ସାଧାରଣ ସମ୍ପାଦକ ମହେଶ ସେଠି , ବ୍ଲକ ସାଧାରଣ ସମ୍ପାଦକ ଉତ୍ତମ ନାଏକ, କାର୍ଯ୍ୟକାରୀ ସଭାପତି ରଂଜିତା ମିଶ୍ର ତୀବ୍ର ବିରୋଧ କରିବା ସଙ୍ଗେ ସଙ୍ଗେ ଉପଯୁକ୍ତ ଦାବି ପୂରଣ ନ ହେଲେ ଆସନ୍ତା ୨୭ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବିଧାନସଭା ଘେରାଉ କରାଯିବ ବୋଲି ମତ ପ୍ରକାଶ କରଥିଲେ ।

କାର୍ଯ୍ୟକ୍ରମରେ ଜ଼ିଲ୍ଲା ସଂଘ ଉପସଭାପତି ବସନ୍ତ ବିଶ୍ୱାଳ, ବ୍ଲକ ଉପସଭାପତି ଅଶୋକ ଘିବେଲା, ଅନ୍ୟାନ୍ୟ କର୍ମକର୍ତ୍ତା ରେଣୁପ୍ରଭା ବେହେରା, ବିଜୟିନୀ ପାତ୍ର, ଜଗଦୀଶ ମଳିକ, ବିଜୟ ଭୋଇ, ସନ୍ତୋଷ କର୍ଣ୍ଣ, ସ୍ୱାଧୀନ ପ୍ରଧାନ, ରଶ୍ମି ରଞ୍ଜନ ଦାସ, ଅଯତ୍ନ ଲୁହା ରସିତା ରାଣୀ ସିଂ, ଶୁଭସ୍ମିତା ମେଣ୍ଡିଲି, ନିରଞ୍ଜନ ମେହେର, ଅନାଦି ବେହେରା, ସନ୍ତୋଷ ଶଥପଥୀ, ସଞ୍ଜୟ ଦେହୁରୀ, ତୋଷଣ ମହାକୁଡ଼, ଶେଷଦେବ ପ୍ରଧାନ, ସୌମିତ୍ରୀ କର୍ଣ୍ଣ, ପ୍ରମୁଖ ଉପସ୍ଥିତ ଥାଇ ଶୋଭାଯାତ୍ରାକୁ ସୁଫଳ କରିଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories