www.samajalive.in
Sunday, December 14, 2025
26.1 C
Bhubaneswar

କଲ୍ଲୋଳ ୨୦୨୨ ଶିଶୁ ମହୋତ୍ସବ

ଉତ୍ତର ଭୁବନେଶ୍ୱର: ଜଳବାୟୁ ପରିବର୍ତ୍ତନ କେବଳ ଏକ ବିଷୟବସ୍ତୁ ନୁହେଁ ଏହା ସମଗ୍ର ବିଶ୍ୱ ପାଇଁ ଏକ ଜଟିଳ ସମସ୍ୟା । କୁନିକୁନି ପିଲାଙ୍କ ଦ୍ୱାରା ପ୍ରସ୍ତୁତ ଚଳଚ୍ଚିତ୍ର ଲୋକଙ୍କ ପାଇଁ ଏକ ମାର୍ଗଦର୍ଶକ ହୋଇପାରିବ ବୋଲି ଶିଶୁ ଚଳଚ୍ଚିତ୍ର ମହୋତ୍ସବ କଲ୍ଲୋଳ-୨୦୨୨ର ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ମତ ରଖିଛନ୍ତି। ସେ ପିଲାଙ୍କ ମାଧ୍ୟମରେ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ବାର୍ତ୍ତା ପହଞ୍ଚାଇବା ପାଇଁ କଲ୍ଲୋଳର ଏହି ପ୍ରୟାସକୁ ମଧ୍ୟ ପ୍ରଶଂସା କରିଥିଲେ।

ସ୍ୱେଚ୍ଛାସେବୀ ସଂଗଠନ ଆଇନା ଓ ୟୁନିସେଫ୍ ଓଡ଼ିଶା ସହଭାଗିତାରେ ଆୟୋଜିତ କଲ୍ଲୋଳ-୨୦୨୨ ଶିଶୁ ଚଳଚ୍ଚିତ୍ର ମହୋତ୍ସବର ନବମ ସଂସ୍କରଣ ଶନିବାର ସନ୍ଧ୍ୟାରେ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ  ଜଳବାୟୁ ପରିବର୍ତ୍ତନ ଓ ଶିଶୁଙ୍କ ଉପରେ ଏହାର ପ୍ରଭାବ ବିଷୟରେ ଶିଶୁଙ୍କ ଦ୍ୱାରା ପ୍ରସ୍ତୁତ ୯ଟି କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ୪୭ଜଣ ପିଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଗୁଡ଼ିକ ଜଳବାୟୁ ପରିବର୍ତ୍ତନ ପାଇଁ ବିଶ୍ୱରେ ହେଉଥିବା ସମସ୍ୟା ଓ ଶିଶୁମାନଙ୍କ ଉପରେ ଏହାର ପ୍ରଭାବ ଉପରେ ଆଧାରିତ।

- Advertisement -

ବଲାଙ୍ଗୀର ଜିଲାର ଲୋଇସିଙ୍ଗା ବ୍ଲକ ଅନ୍ତର୍ଗତ ଯୋଗିସାର୍ଦାସ୍ଥିତ ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟ, ରାୟଗଡା ଜିଲା ଅନ୍ତର୍ଗତ ପିତାମହଲସ୍ଥିତ ଆଶ୍ରମ ସ୍କୁଲ ଏବଂ ଯାଜପୁର ଜିଲା  ଅନ୍ତର୍ଗତ ଜେନାପୁରସ୍ଥିତ ଜେନାପୁର ସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ୮ ଦିନିଆ କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥିଭାବେ ଅଭିନେତା ତଥା ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସ ନାୟକ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ଚେସ୍ ଖେଳାଳି ପଦ୍ମିନୀ ରାଉତ, ଅଭିନେତ୍ରୀ ଏଲିନା ସାମନ୍ତରାୟ, ଓଏସସିପିସିଆରର ଅଧ୍ୟକ୍ଷା ମନ୍ଦାକିନୀ କର ଓ ଉଡ୍ରର ସମ୍ପାଦିକା ତଥା କୋଷାଧ୍ୟକ୍ଷ ଶୁଭ୍ରାଜ୍ୟୋତି ହାତୀ ପ୍ରମୁଖ ଉପସ୍ଥିତ ଥିଲେ।

ୟୁନିସେଫର ଓଆଇସି ସୁଗାତା ରାୟ, ଆଇନାର ସମ୍ପାଦିକା ସ୍ନେହ ମିଶ୍ର ଉପସ୍ଥିତ ରହି କଲ୍ଲୋଳ ଚଳଚ୍ଚିତ୍ର ମହୋତ୍ସବକୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫର ଯୋଗାଯୋଗ ବିଶେଷଜ୍ଞ ରାଧିକା ଶ୍ରୀବାସ୍ତବ, ୱାସ୍ ବିଶେଷଜ୍ଞ ସିପ୍ରା ସକ୍ସେନା, ୟୁଥ ଫର ୱାଟରର ସଦସ୍ୟ ଷ୍ଟାଲିନ୍ ନାୟକ ପ୍ରମୁଖ ମନ୍ତବ୍ୟ ରଖିଥିଲେ। ଶିଶୁ କଳାକାର ଆଶି ଓ ସ୍ୱୟମ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ପ୍ରକଳ୍ପ ପ୍ରବନ୍ଧକ ସ୍ମୃତି ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories