www.samajalive.in
Monday, December 8, 2025
13.1 C
Bhubaneswar

ବ୍ଳକ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାରକର୍ସ ଆସୋସିଏସନ୍ ର ବୈଠକ

ପଦ୍ମପୁର: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ୍ ୱାରକର୍ସ ଆସୋସିଏସନ୍ ର ପଦ୍ମପୁର ବ୍ଳକ ସଭାନେତ୍ରୀ ହେମଲତା ଦାଶ ଚୌଧୁରୀଙ୍କ ନେତୃତ୍ୱରେ ପଦ୍ମପୁର ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ପ୍ରାଙ୍ଗଣରେ ବ୍ଳକ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ୟ ସଂପାଦକ ଶ୍ରୀ ଯୋଗେଶ୍ଵର ଦାସ , ସମ୍ମାନୀୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘର ଜିଲ୍ଲା ସଂପାଦକ ଗଣେଶ କୁମାର ସାହୁ , ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାରକର୍ସ ଆସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ପଦ୍ମାଳୟା ସାହୁ , ଜିଲ୍ଲା ସଂପାଦିକା ଉଷାରାଣୀ ଦାଶ , ପ୍ରମୁଖ ଯୋଗ ଦେଇଥିଲେ । ବୈଠକ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ସହ ଶ୍ରମିକ ଗୀତ ଗାନ କରି ମୃତ୍ୟୁ ବରଣ କରିଥିବା ଅଙ୍ଗନୱାଡ଼ି କର୍ମୀ ଏବଂ ଅନ୍ୟ କାର୍ଯ୍ୟକର୍ତା ମାନଙ୍କର ଅମର ଆତ୍ମା ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
ଅତିଥିମାନେ ନିଜ ବକ୍ତବ୍ୟରେ ସରକାରଙ୍କ ଯୋଜନାକୁ ସଫଳ କରିବାରେ ମୁଖ୍ୟ ଭୂମିକା ନେଉଥିବା ସହ ଶିଶୁ ମୃତ୍ୟୁ ହାର ମା ମୃତ୍ୟୁ ହାର କମାଇବାରେ ଏବଂ ବ୍ଲକରେ ସରକାରଙ୍କ ବିଭିନ୍ନ ଯୋଜନାକୁ ସମାଧାନ କରିବାରେ ଆଗରେ ରହି ସହଯୋଗ କରିବାରେ ମୁଖ୍ୟ ଭୂମିକା ନେଉଥିବା ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଏବଂ ଅଣଦେଖାକୁ ଦୃଢ଼ ବିରୋଧ କରିଥିଲେ। ରାଜ୍ୟ ସରକାର ଦୁଇ ଦୁଇ ଥର ଘୋଷଣା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗ୍ରୀଷ୍ମ କାଳୀନ ଛୁଟି ମିଳିଲା ନାହିଁ , ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା , ମିନୀ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ଅଙ୍ଗନୱାଡ଼ି କର୍ମୀ ଭାବେ ଘୋଷଣା କରିବା ଯେଉଁ ପର୍ଯ୍ୟନ୍ତ ସରକାରୀ ଘୋଷଣା କରିନାହାନ୍ତି ସେହି ଦିନ ପର୍ଯ୍ୟନ୍ତ ମାସିକ ୨୧ ହଜାର ଟଙ୍କା ଦରମା ଦେବା , ଅବସର କାଳୀନ ଭତା ଏବଂ ଅବସର ପରେ ପେନସନ ଯୋଗାଇଦେବା ଉପରେ ଆଲୋଚନା କରାଯାଇଥିଲା।
ଅଙ୍ଗନୱାଡ଼ି କର୍ମୀ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅବହେଳା ଏବଂ ଅଣଦେଖାକୁ ବିରୋଧ କରିବା ସହ ଆସନ୍ତା ନଭେମ୍ବର ୨୧ ତାରିଖ ରୁ ଭାରତୀୟ ମଜଦୁର ସଂଘ ନେତୃତ୍ବରେ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାରକର୍ସ ଆସୋସିଏସନ୍ ପକ୍ଷରୁ ରାଜରାସ୍ତାକୁ ଓହ୍ଲାଇବା ସହ କାର୍ଯ୍ୟବନ୍ଦ ଆନ୍ଦୋଳନ ପାଇଁ ବାଧ୍ୟ ହେବେ ବୋଲି ଶ୍ରମିକ ନେତା ଶ୍ରୀ ଯୋଗେଶ୍ଵର ଦାସ ଚେତାବନୀ ଦେଇଛନ୍ତି । ଆସନ୍ତା ୨୧ ତାରିଖ ଦିନ ଭୁବନେଶ୍ଵରଠାରେ ଆୟୋଜିତ ଧାରଣା ଏବଂ ବିକ୍ଷୋଭ ପ୍ରଦର୍ଶନ ରେ ବ୍ଳକର ସମସ୍ତ ଅଙ୍ଗନୱାଡ଼ି , ମିନୀ ଅଙ୍ଗନୱାଡ଼ି ଏବଂ ସହାୟିକା ମାନେ ଯୋଗ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।
ବୈଠକ ପରେ ପଦ୍ମପୁର ବ୍ଲକର ନୂତନ କମିଟି ଚୟନ କରାଯାଇଥିଲା ନୂତନ କମିଟି ମଧ୍ୟରେ ସଭାନେତ୍ରୀ ଭାବେ  ହେମଲତା ଚୌଧୁରୀ ଦାଶ , ଉପସଭାନେତ୍ରୀ ଭାବେ  ମୀନତି ଦାଶ ,ସ୍ନେହାଙ୍ଗିନୀ ମୀଶ୍ର , ସଂପାଦିକା  ଯୋଜନା ରାଣୀ ଦାଶ , ସହ ସଂପାଦିକା ଟୁନୀ ଶବର ,  ସୁଜାତା ଶବର , କୋଷାଧ୍ୟକ୍ଷ ଭାବେ ପଦ୍ମିନୀ ପଣ୍ଡା , ସଂଘଠନ ସଂପାଦିକା  ଗୀତାଞ୍ଜଳି ପାଣି , କାର୍ଯ୍ୟକାରୀ ସଦସ୍ୟ ଭାବେ  ସରୋଜିନୀ ଖରା , ପି ଆମାଲୁ । ଉକ୍ତ ବୈଠକରେ ବ୍ଳକର ସମସ୍ତ ଅଙ୍ଗନୱାଡ଼ି କର୍ମୀ , ମିନୀ ଅଙ୍ଗନୱାଡ଼ି କର୍ମୀ ଏବଂ ସହାୟିକା ଯୋଗ ଦେଇଥିଲେ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories