www.samajalive.in
Sunday, December 7, 2025
15.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଇଡିରେ ହାଜର ହୋଇପାରନ୍ତି ପ୍ରଯୋଜକ ଅକ୍ଷୟ ପରିଜା… ଆଜି ପ୍ରବର୍ତ୍ତନ ନିର୍ଦେଶାଳୟରେ ହୋଇପାରନ୍ତି ହାଜର… ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଅକ୍ଷୟଙ୍କୁ ପଚରାଉଚରା କରିପାରେ ଇଡି… ପୂର୍ବରୁ ବ୍ଲାକମେଲିଂ କ୍ବିନଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଥିଲେ ଅକ୍ଷୟ…

(୨) ଜେଲରେ ମନ୍ତ୍ରୀଙ୍କୁ ମିଳୁଛି ଭିଆଇପି ସୁବିଧା… ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଭିଡିଓ…. ମନ୍ତ୍ରୀଙ୍କୁ ମସାଜ କରୁଛନ୍ତି ଏକାଧିକ ବ୍ୟକ୍ତି… ଅଭିଯୁକ୍ତ ଥିବା ମନ୍ତ୍ରୀଙ୍କୁ ଏପରି ସୁବିଧାକୁ ନେଇ ସାଧାରଣରେ କଡ଼ା ନିନ୍ଦା…

- Advertisement -

(୩) ଦୁର୍ବଳ ହେଉଛି ମହାପ୍ରଭୁଙ୍କ ଗରୁଡ଼ ସ୍ତମ୍ଭ… ଶ୍ରଦ୍ଧାଳୁ ଛୁଇଁବା ଦ୍ୱାରା ଗରୁଡ଼ ସ୍ତମ୍ଭ ଦୁର୍ବଳ ହେଉଥିବା ସୂଚନା… ଭକ୍ତଙ୍କ କୋଳାଗ୍ରତ ଯୋଗୁଁ ମୋଟେଇ ହେଉଛି ପତଳା… ସ୍ତମ୍ଭର ସ୍ଥାୟିତ୍ୱ ପ୍ରତି ବିପଦ ଦେଖାଯାଉଥିବା କହିଲେ ଉନ୍ନୟନ ପ୍ରଶାସକ…

(୪) କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ପୁଣି ହାତୀ ଆତଙ୍କ… କିଛି ଦିନର ବ୍ୟବଧାନ ପରେ ମାତିଲେ ୨୪ ଟିକିଆ ହାତୀପଲ… ବିଭିନ୍ନ ଚାଷଜମିରେ ପଶି ନଷ୍ଟ କଲେ ପାଚିଲା ଧାନ ଫସଲ… ଚାଷୀଙ୍କ ମଧ୍ୟରେ ଅସନ୍ତୋଷ.. ଲୋକେ ଆତଙ୍କିତ…

(୫) ଆଜି ପାଇଁ ସମସ୍ତ କୀର୍ତ୍ତିରାଜି ବୁଲିବା ଦେୟମୁକ୍ତ… ମାଗଣାରେ ବୁଲିପାରିବେ ତାଜମହଲ, ଆଗ୍ରା ଦୁର୍ଗ ଭିଳି ଅନେକ ବଡ଼ବଡ଼ ସ୍ଥାନ… ଏଏସଆଇ ଅଧୀନରେ ଆସୁଥିବା ଐତିହ୍ୟ ସ୍ଥଳି ଗୁଡ଼ିକ ବୁଲିଲେ ଦେବାକୁ ପଡ଼ିବ ନାହିଁ ଟଙ୍କା…  ଦେଶ ଓ ରାଜ୍ୟର ସବୁ ଏଏସଆଇ ଐତିହ୍ୟ ସ୍ଥଳିରେ ଦିନକ ପାଇଁ ମାଗଣା ବ୍ୟବସ୍ଥା ଲାଗୁ…

(୬) ଆଜି ଶ୍ରୀଜିଉଙ୍କ ପଇତାଲାଗି… ଭକ୍ତଙ୍କ ପାଇଁ ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର… ଅପରାହ୍ଣ ୫ରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ… ରୀତିନୀତି ଅନୁଯାୟୀ ମହାପ୍ରଭୁଙ୍କ ହେବ ସମସ୍ତ ନୀତିକାନ୍ତି… ଏନେଇ ସୂଚନା ଦେଲା ଶ୍ରୀମନ୍ଦିର ପ୍ରଶାସନ…

(୭) ଉପନିର୍ବାଚନ ପାଇଁ ସରଗରମ ପଦ୍ମପୁର… ଭୋଟରଙ୍କୁ ମନାଇବାକୁ ଚାଲିଲାଣି ପ୍ରଚାର… ଅନୁକମ୍ପା ଭୋଟ୍‌ ପାଇଁ ବିଜେଡି କରୁଛି କସରତ… ବିଜେପି ମଧ୍ୟ ଘରକୁ ଘର ବୁଲି ମାଗୁଛି ଭୋଟ୍… ଭୋଟରଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସ ପ୍ରାର୍ଥୀ କରୁଛନ୍ତି ପ୍ରୟାସ…

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories