www.samajalive.in
Saturday, December 6, 2025
26.1 C
Bhubaneswar

ତ୍ରିଦିବସୀୟ ପ୍ରଧାନମନ୍ତ୍ରୀ ସ୍ୱନିଧିରୁ ସମୃଦ୍ଧି କର୍ମଶାଳା ଉଦଘାଟିତ 

ସମ୍ବଲପୁର  : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଉଠା ଦୋକାନୀ ମାନଙ୍କୁ ବିଭିନ୍ନ ପ୍ରକାରର ଯୋଜନାରେ ସାମିଲ କରିବା ଏବଂ ସୁଲଭ ଋଣ ସମ୍ପର୍କିତ ପ୍ରଧାନମନ୍ତ୍ରୀ ସ୍ୱନିଧିରୁ ସମୃଦ୍ଧି ଯୋଜନା ସର୍ମ୍ପକରେ ଏକ କର୍ମଶାଳା ଆୟୋଜିତ ହେଉଛି । ମହାନଗର ନିଗମ ତରଫରୁ ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ତ୍ରିଦିବସୀୟ କର୍ମଶାଳାର ଉଦଘାଟନୀ କାର୍ଯ୍ୟକ୍ରମରେ ନିଗମ ଅଧିକାରିଣୀ ଅଞ୍ଜଲିନା ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିଲେ । କର୍ମଶାଳାରେ ସାମିଲ ହୋଇଥିବା ଉଠା ଦୋକାନୀ ମାନଙ୍କ ପାଇଁ ରହିଥିବା ପ୍ରଧାନମନ୍ତ୍ରୀ ସ୍ୱନିଧିରୁ ସମୃଦ୍ଧି ଯୋଜନାର ବିସ୍ତୃତ ସୂଚନା ସହିତ ଆତ୍ମନିର୍ଭରଶୀଳ ହେବା ପାଇଁ ବ୍ୟାଙ୍କ ଋଣ ଓ ଅନ୍ୟାନ୍ୟ ବିଷୟବସ୍ତୁ ଉପରେ ସଚେତନ କରାଯାଇଥିଲା । ଏହି କର୍ମଶାଳା ସ୍ଥାନୀୟ ମ୍ୟୁନିସିପାଲିଟି ଛକ ସ୍ଥିତ ନିଗମର ପୁରୁଣା କୋଠାରେ ଆୟୋଜିତ ହେଉଛି । କର୍ମଶାଳାକୁ ଆୟୋଜନ ଓ ପରିଚାଳନାରେ ଅୟୁଷୀ ପରିଡା, ମଧୁମିତା ପାଣିଗ୍ରାହୀ, ପିଙ୍କି ଠାକୁର, କମଲିନୀ ପାଣିଗ୍ରାହୀ, ମନୋରଞ୍ଜନ କର, ମାନସ ରଞ୍ଜନ ମିଶ୍ର ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories