ତ୍ରିଦିବସୀୟ ପ୍ରଧାନମନ୍ତ୍ରୀ ସ୍ୱନିଧିରୁ ସମୃଦ୍ଧି କର୍ମଶାଳା ଉଦଘାଟିତ
ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଉଠା ଦୋକାନୀ ମାନଙ୍କୁ ବିଭିନ୍ନ ପ୍ରକାରର ଯୋଜନାରେ ସାମିଲ କରିବା ଏବଂ ସୁଲଭ ଋଣ ସମ୍ପର୍କିତ ପ୍ରଧାନମନ୍ତ୍ରୀ ସ୍ୱନିଧିରୁ ସମୃଦ୍ଧି ଯୋଜନା ସର୍ମ୍ପକରେ ଏକ କର୍ମଶାଳା ଆୟୋଜିତ ହେଉଛି । ମହାନଗର ନିଗମ ତରଫରୁ ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ତ୍ରିଦିବସୀୟ କର୍ମଶାଳାର ଉଦଘାଟନୀ କାର୍ଯ୍ୟକ୍ରମରେ ନିଗମ ଅଧିକାରିଣୀ ଅଞ୍ଜଲିନା ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିଲେ । କର୍ମଶାଳାରେ ସାମିଲ ହୋଇଥିବା ଉଠା ଦୋକାନୀ ମାନଙ୍କ ପାଇଁ ରହିଥିବା ପ୍ରଧାନମନ୍ତ୍ରୀ ସ୍ୱନିଧିରୁ ସମୃଦ୍ଧି ଯୋଜନାର ବିସ୍ତୃତ ସୂଚନା ସହିତ ଆତ୍ମନିର୍ଭରଶୀଳ ହେବା ପାଇଁ ବ୍ୟାଙ୍କ ଋଣ ଓ ଅନ୍ୟାନ୍ୟ ବିଷୟବସ୍ତୁ ଉପରେ ସଚେତନ କରାଯାଇଥିଲା । ଏହି କର୍ମଶାଳା ସ୍ଥାନୀୟ ମ୍ୟୁନିସିପାଲିଟି ଛକ ସ୍ଥିତ ନିଗମର ପୁରୁଣା କୋଠାରେ ଆୟୋଜିତ ହେଉଛି । କର୍ମଶାଳାକୁ ଆୟୋଜନ ଓ ପରିଚାଳନାରେ ଅୟୁଷୀ ପରିଡା, ମଧୁମିତା ପାଣିଗ୍ରାହୀ, ପିଙ୍କି ଠାକୁର, କମଲିନୀ ପାଣିଗ୍ରାହୀ, ମନୋରଞ୍ଜନ କର, ମାନସ ରଞ୍ଜନ ମିଶ୍ର ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି ।
Comments are closed.