www.samajalive.in
Monday, December 8, 2025
24.1 C
Bhubaneswar

ଧାନର ଅଭାବୀ ବିକ୍ରି ସମସ୍ୟାର ସମାଧାନ ପାଇଁ ଦାବି

ସମ୍ବଲପୁର : ସମ୍ବଲପୁର ଜିଲା ଧନକଉଡା ବ୍ଲକ ଅର୍ନ୍ତଗତ ବସନ୍ତପୁର ଗ୍ରାମ ପଞ୍ଚାୟତ ଅଧିନରେ ଥିବା ବୁଡି ଅଞ୍ଚଳର କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ମାନେ ଧାନର ଅଭାବୀ ବିକ୍ରି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି । ଜିଲା ପ୍ରଶାସନକୁ ଶୁକ୍ରବାର ଦେଇଥିବା ଦାବିପତ୍ର ଅନୁଯାୟୀ, ପିଢ଼ି ପରେ ପିଢ଼ି ଧରି ଜମିର ଖଜଣା ପଇଠ କରି ଚାଷରୁ ଉତ୍ପାଦିତ ଧାନକୁ ବିକ୍ରି କରି ପରିବାର ପୋଷଣ କରି ଆସୁଛନ୍ତି । କରଡୋଲା ସମବାୟ ସମିତି ମାଧ୍ୟମରେ ପଞ୍ଜିକରଣ କରାଇ ମଣ୍ଡୀରେ ୨୦୨୧ ମସିହା ଖରିଫ ଋତୁ ପର୍ଯ୍ୟନ୍ତ ସରକାରୀ ମୂଲ୍ୟରେ ବିକ୍ରି କରି ଆସୁଥିଲେ । କିନ୍ତୁ ରବି ଋତୁର ଧାନ ଅମଳ ସମୟରେ ଧାନ ବିକ୍ରି ନିମନ୍ତେ ସମସ୍ତ ନଥି ପତ୍ର ଓ ଖଜଣା ପଇଠ ସତ୍ୱେ ବସନ୍ତପୁର ଗ୍ରାମ ପଞ୍ଚାୟତର ବସନ୍ତପୁର, ସାହଜବାହାଲ, ଗଡମୁଣ୍ଡା, ସତିଯୋର, ରେଙ୍ଗାଲିପାଲି, ତାଳପଦର ଗ୍ରାମର ଚାଷୀ ମାନେ ଉତ୍ପାଦିତ ଧାନକୁ ବିକ୍ରି କରି ନ ପାରି ଶାଗ ମାଛ ମୂଲ୍ୟରେ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଚାଷ ସେମାନଙ୍କର ମୁଖ୍ୟ ଆୟର ସ୍ରୋତ ହୋଇଥିବାରୁ ଚାଷୀ ମାନେ ଅଭାବୀ ବିକ୍ରି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ଲାଗି ରହିଥିବା ସମସ୍ୟା ଗୁଡିକର ସମାଧାନ ପାଇଁ ସେମାନେ ଦାବି କରିଛନ୍ତି । ଅତିରିକ୍ତ ଜିଲାପାଳ (ରାଜସ୍ୱ) ଅଜମ୍ବର ମହାନ୍ତିଙ୍କୁ ପ୍ରଦତ୍ତ ଦାବିପତ୍ରରେ ବସନ୍ତପୁର ସରପଞ୍ଚ ସିତା କରାଲି, ଦିଲିପ କୁମାର ଦୁରିଆ, ବଲରାମ ପ୍ରଧାନ ଙ୍କ ସମେତ ଚାଷୀ ମାନଙ୍କର ଦସ୍ତଖତ ରହିଛି ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories