ହାଡୁଆ ନଦୀରେ ହେବ ଡ୍ୟାମ, ଖର୍ଚ୍ଚ ହେବ ୨୨୫କୋଟି

ଭୁବନେଶ୍ବର: କଟକ ଜିଲାର ହାଡୁଆ ନଦୀରେ ଜଳ ଭଣ୍ଡାର ନିର୍ମାଣକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ୩୮୭ ମିଟର ଦୈର୍ଘ୍ୟ ଏବଂ ୪୩.୮୨୫ ଉଚ୍ଚର କଂକ୍ରିଟ ବନ୍ଧ ହେବ ଓ ଜଳଭଣ୍ଡାର ନିର୍ମାଣ କରାଯିବ। ହାଡୁଆ ନଦୀରେ ଡ୍ୟାମ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨୨୫.୭୮କୋଟି। ନରସିଂହପୁର, ବଡ଼ମ୍ବା, ତିଗିରିଆ ବ୍ଲକର ଚାଷ ଜମିକୁ ମିଳିବ ପାଣି।

 

prayash

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା କ୍ୟାବିନେଟ ବୈଠକରେ କଟକର ହାଡୁଆ ନଦୀ ଉପରେ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ୨୨୫.୭୮ କୋଟିର ଖର୍ଚ୍ଚ ଅନୁମୋଦିତ ହୋଇଛି। ଏହାଦ୍ୱାରା ୩ ଲକ୍ଷ ଲୋକଙ୍କୁ ପାନୀୟ ଜଳ ସୁବିଧା ମିଳିବା ସହ ନରସିଂହପୁର, ବଡ଼ମ୍ୱା ଓ ତିଗିରିଆ ବ୍ଲକର ବ୍ୟାପକ ଚାଷ ଜମି ଜଳସେଚିତ ହେବ ବୋଲି ସୂଚନା ଦିଆଯାଇଛି। କଟକର ହାଡୁଆ ମଧ୍ୟମ ଜଳ ସେଚନ ପ୍ରକଳ୍ପ ୩ଲକ୍ଷରୁ ଅଧିକ ଲୋକଙ୍କୁ ପାନୀୟ ଜଳ ସୁବିଧା ମିଳିପାରିବ ବୋଲି ସୂଚନା ଦିଆଯାଇଛି।

kalyan agarbati

Comments are closed.