www.samajalive.in
Sunday, December 14, 2025
26.1 C
Bhubaneswar

ସୀମା ସୁରକ୍ଷା ବଳର ନିଆରା ପ୍ରୟାସ: ଜନଜାତି ଯୁବପିଢ଼ିଙ୍କ ସହ ହେବ ଭାବ ବିନିମୟ, ବେଙ୍ଗାଲୁରୁ ଯାଇ ନେବେ ପ୍ରଶିକ୍ଷଣ

ଭୁବନେଶ୍ବର: ସୀମା ସୁରକ୍ଷା ବଳ(ବିଏସଏଫ) ଏବଂ ନେହରୁ ଯୁବ କେନ୍ଦ୍ର ସଂଗଠନର ମିଳିତ ସହଯୋଗରେ ମାଲକାନଗିରଠାରେ ‘ଚତୁର୍ଦ୍ଦଶ ଜନଜାତି ଯୁବପିଢ଼ିଙ୍କ ସହ ଭାବ ବିନିମୟ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହେବ। ସେମାନଙ୍କୁ ଆତ୍ନନିର୍ଭରଶୀଳ କରିବା ଓ ସେମାନେ କିଭଳି ନିଯୁକ୍ତି ସୁଯୋଗ ପାଇବେ ସେଥିପାଇଁ ବେଙ୍ଗାଲୁରୁରେ ପ୍ରଶିକ୍ଷଣ ଦିଆଯିବ ବୋଲି ମାଲକାନଗିରି ଏସଏଚକ୍ୟୁ ଡିଆଇଜି ଶୈଳେନ୍ଦ୍ର କୁମାର ସିହ୍ନା ସୂଚନା ଦେଇଛନ୍ତି। ମାଲକାନଗିରି ଏସଏଚକ୍ୟୁ ଡିଆଇଜି ଶୈଳେନ୍ଦ୍ର କୁମାର ସିହ୍ନା ସୂଚନା ଦେଇ କହିଛନ୍ତି ଯେ ମାଲକାନଗିରିର ୩୦ଜଣ ଯୁବକ ଓ ଯୁବତୀଙ୍କୁ ୭ଦିନ ପାଇଁ ବେଙ୍ଗାଲୁୁରୁ ପରିଭ୍ରମଣରେ ଯିବା ପାଇଁ ବ୍ୟବସ୍ଥା କରାଯାଇଛି। ସେମାନଙ୍କ ମଧ୍ୟରୁ ୨୦ଜଣ ଯୁବକ ହୋଇଥିବାବେଳେ ୧୦ଜଣ ଯୁବତୀ ରହିଛନ୍ତି। ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନରେ ବିଭିନ୍ନ ଗ୍ରାମରେ ଏମାନଙ୍କ ଘର ରହିଛି। ଯେଉଁ ଦୁର୍ଗମ ଅଞ୍ଚଳରେ ସୀମା ସୁରକ୍ଷା ବଳ ମୁତୟନ ହୋଇଛନ୍ତି ସେସବୁ ସ୍ଥାନ ନିକଟସ୍ଥ ଗ୍ରାମରେ ଏମାନେ ବସବାସ କରୁଥିବା ଜଣାପଡ଼ିଛି।
ଏହି ଯୁବକ ଓ ଯୁବତୀମାନେ ନଭେମ୍ବର ୨୦ରୁ ୨୬ ପର୍ଯ୍ୟନ୍ତ ବେଙ୍ଗାଲୁରୁ ପରିଭ୍ରମଣରେ ଯିବେ। ସେଠାରେ ରହଣି ସମୟରେ ସେମାନେ କର୍ଣ୍ଣାଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଜ୍ୟପାଳ, ମନ୍ତ୍ରୀ, କ୍ରୀଡ଼ାବିତ, ଚଳଚ୍ଚିତ୍ର ଓ ଟେଲିଭିଜନ ତାରକା ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସେଠାରେ ସେମାନେ ଭାବବିନିମୟ ପାଇଁ ସୁଯୋଗ ପାଇବେ। ଏହି ଅବସରରେ ସେମାନଙ୍କୁ ଶିଳ୍ପଭିତ୍ତିକ ପ୍ରଶିକ୍ଷଣ ବି ଦିଆଯିବ। ଏହା ସେମାନଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ପାଇବାରେ ସହାୟକ ହୋଇପାରିବ ବୋଲି ସୂଚନା ଦିଆଯାଇଛି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories