www.samajalive.in
Saturday, December 13, 2025
26.1 C
Bhubaneswar

ସୂଚନା ସତ୍ୟ ଓ ତଥ୍ୟ ସମ୍ବଳିତ ହେବା ଦରକାର, ଯାହା ରାଷ୍ଟ୍ରର ବିକାଶ ପାଇଁ ବ୍ୟବହାର କରାଯିବା ଉଚିତ

ଭୁବନେଶ୍ୱର: ସୂଚନା ହିଁ ଶକ୍ତି, ଯାହା ସାମ୍ବାଦିକଙ୍କ ଅସ୍ତ୍ର ହୋଇଥାଏ। ଯାହାଙ୍କ ପାଖରେ ଯେତେ ଅଧିକ ସୂଚନା ରହିଛି ତାଙ୍କୁ ସେତେ ଶକ୍ତିଶାଳୀ ସାମ୍ବାଦିକ ବୋଲି କୁହାଯାଇପାରିବ। ତେବେ ସାମ୍ବାଦିକଙ୍କ ସୂଚନା ସତ୍ୟ ଓ ତଥ୍ୟ ସମ୍ବଳିତ ହେବା ଦରକାର, ଯାହା ରାଷ୍ଟ୍ରର ବିକାଶ ପାଇଁ ବ୍ୟବହାର କରାଯାଇପାରିବ ବୋଲି ରାଜ୍ୟ ସୂଚନା ଆୟୁକ୍ତ ଦିଲ୍ଲୀପ କୁମାର ବିଶୋଈ ପ୍ରକାଶ କରିଛନ୍ତି।


ଉତ୍କଳ ବିଶ୍ବବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଆୟୋଜିତ ‘ଜାତୀୟ ପ୍ରେସ ଦିବସ’ ପାଳନ ଅବସରରେ ରାଜ୍ୟ ସୂଚନା ଆୟୁକ୍ତ ଦିଲ୍ଲୀପ କୁମାର ବିଶୋଈ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ସାମ୍ବାଦିକଙ୍କ ଦେଶ ତଥା ଜାତି ପ୍ରତି ଗୁରୁ ଦାୟିତ୍ୱ ରହିଛି। ସେମାନଙ୍କ ଲେଖନୀ ଚାଳନା ସମାଜରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ, ଯାହା ଏକ ବିରାଟ ପାଠକଗୋଷ୍ଠୀ ଓ ଦର୍ଶକଙ୍କ ବିଚାର ତଥା ଆଲୋଚନାର ପରିସରକୁ ଆସିଥାଏ। ସାମ୍ବାଦିକଙ୍କ କାର୍ଯ୍ୟ ଓ କର୍ତ୍ତବ୍ୟ ସମାଜର ବିକାଶ ପାଇଁ ଉପରେ ପର୍ଯ୍ୟବସିତ, ଯାହା ସାଧାରଣ ଲୋକଙ୍କ ଲାଗି ଉଦ୍ଧିଷ୍ଟ ବୋଲି ସେ ପ୍ରକାଶ କରିଥିଲେ।

- Advertisement -

କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଦୟାନିଧି ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ ସମ୍ପ୍ରତି ଗଣମାଧ୍ୟମ ଶକ୍ତି ପ୍ରଦର୍ଶନ ପାଇଁ ଏକ ମାଧ୍ୟମ ପାଲଟିଛି। ସାମ୍ବାଦିକମାନଙ୍କ ସତ୍ୟ, ନିରପେକ୍ଷ ଓ ତଥ୍ୟଭିତ୍ତିକ ଖବର ପରିବେଷଣ ଅନେକଙ୍କୁ ପ୍ରଭାବିତ କରୁଛି। ସାମ୍ବାଦିକତା ପୃଥିବୀରେ ନୂତନ ବିଜ୍ଞାନ ଭାବେ ପରିଗଣିତ, ଯେଉଁଥିରେ ସର୍ଜନଶୀଳ ଆଲେଖ୍ୟକୁ ଗୁରୁତ୍ୱ ଦିଆଯାଇଛି। ଯାହାର ଚାହିଦା ଗଣମାଧ୍ୟମ ଶିଳ୍ପରେ ସବୁବେଳେ ରହିଛି। ଏସବୁ ଆହ୍ୱାନକୁ ସଫଳ ମୁକାବିଲା ପାଇଁ ସାମ୍ବାଦିକଙ୍କ ପ୍ରଶିକ୍ଷଣର ଆବଶ୍ୟକତା ଉପଲବ୍ଧ କରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ପାଠ୍ୟକ୍ରମ ପ୍ରଚଳନ କରାଯାଇଛି। ପ୍ରତିବର୍ଷ ୧ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମରେ ପ୍ରଶିକ୍ଷଣ ନେଇ ଉତ୍ତୀର୍ଣ୍ଣ ହେଉଛନ୍ତି। ନୂତନ ପିଢ଼ିର ଶିକ୍ଷାନବୀଶ ସାମ୍ବାଦିକମାନଙ୍କୁ ପ୍ରଶିକ୍ଷଣଦେଲାବେଳେ ଯେଭଳି ପରିବର୍ତ୍ତିତ ପରିସ୍ଥିତିରେ ସେମାନଙ୍କ ଗୁରୁଦାୟିତ୍ୱ ସମ୍ପର୍କରେ ସଚେତନ କରାଇବା ଆବଶ୍ୟକ ରହିଛି। ମୁଦ୍ରିତ, ବୈଦ୍ୟୁତିକ ଏବଂ ଡିଜିଟାଲ ମିଡ଼ିଆର ଶିଳ୍ପର ଆବଶ୍ୟକତା ଅନୁଯାୟୀ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ଦରକାର। ଫଳରେ ସେମାନେ ଗଣମାଧ୍ୟମରେ ନିଜର ସର୍ଜନଶୀଳ ପ୍ରତିଭା ପ୍ରଦର୍ଶନ କରିପାରିବେ ଏବଂ ସମସ୍ତ ଆହ୍ୱାନକୁ ସହଜରେ ମୁକାବିଲା ପାଇଁ ଦକ୍ଷତା ହାସଲ କରିପାରିବେ ବୋଲି ବରିଷ୍ଠ ସାମ୍ବାଦିକ ଦୟାନିଧି ଦାସ ପ୍ରକାଶ କରିଛନ୍ତି।


ଉତ୍କଳ ବିଶ୍ବବିଦ୍ୟାଳୟ ଲୋକ ପ୍ରଶାସନ ବିଭାଗ ସହକାରୀ ପ୍ରଫେସର ଜ୍ୟୋର୍ତିମୟୀ ଟୁଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡ.ହେମନ୍ତ କୁମାର ଦାଶ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଡ.ରମାକାନ୍ତ ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।
ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଛାତ୍ରୀ ସୁଦେଷ୍ଣା ଲେଙ୍କା ଓ ଅଙ୍କିତା ପାଢ଼ୀ, ଛାତ୍ରନେତାଜୀ ତାପସ କୁମାର ସାହୁ ଓ ଅଂଶୁମାନ ସାହୁ ‘ଜାତୀୟ ପ୍ରେସ ଦିବସ’ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଛାତ୍ରୀ ଶୁଭଲକ୍ଷ୍ମୀ ଦାସ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories