www.samajalive.in
Saturday, December 13, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଅଗ୍ନିବୀରବାୟୁ ପରୀକ୍ଷା ନିମନ୍ତେ ପଞ୍ଜୀକରଣ ଜାରି.. ଭାଗନେଇପାରିବେ ମହିଳା ପ୍ରାର୍ଥୀ..

ମୁଖ୍ୟ ଶାସନ ସଚିବଙ୍କ ରାଉରକେଲା ଗସ୍ତ.. ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା.. ରାଉରକେଲା ହକି ଷ୍ଟାଡିୟମ ଏବଂ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ନଭେମ୍ବର ୩୦ ସୁଦ୍ଧା ସାରିବାକୁ ନିର୍ଦେଶ..

- Advertisement -

ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା.. ୫ ଦିନିଆ ରିମାଣ୍ଡରେ ଗଲା ଅଫତାବ..

ବ୍ରହ୍ମପୁରରେ କଲେଜ ଛାତ୍ରୀଙ୍କୁ ରାଗିଂ ଘଟଣା.. ୧୨ ଅଭିଯୁକ୍ତ ଛାତ୍ରଙ୍କୁ ବହିଷ୍କାର ନିଷ୍ପତ୍ତି..

ଆଗାମୀ କିଛି ଦିନ ମଧ୍ୟରେ ଆପଣଙ୍କ ଘରେ ପହଞ୍ଚୁଥିବା ଏଲପିଜି ଗ୍ୟାସ୍ ସିଲିଣ୍ଡରରେ ଏକ କ୍ୟୁଆର କୋଡ୍ ଲାଗିଥିବ.. ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ କ୍ୟୁଆର କୋଡ୍ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି.. ଯଦ୍ବାରା ସିଲିଣ୍ଡର ଆପଣଙ୍କ ଘରକୁ ପଠାଇବା ପ୍ରକ୍ରିୟା ସମୟରେ ବିକ୍ରେତାମାନେ ଏଥିରୁ ଗ୍ୟାସ୍ ବାହାର କରିପାରିବେ ନାହିଁ..

ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ ୩ ପ୍ରାର୍ଥୀ..

ତେଜିଲା ଟିଟିଲାଗଡ଼କୁ ଜିଲା ମାନ୍ୟତା ଦାବି.. ଗର୍ଜିଲେ ଉପଖଣ୍ଡବାସୀ..

ଦକ୍ଷିଣପୂର୍ବ ବଙ୍ଗୋପସାଗର-ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ.. ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଆଇଏମଡିଙ୍କ ପକ୍ଷରୁ ସୂଚନା.. ଆସନ୍ତା ୧୯ ତାରିଖ ସୁଦ୍ଧା ଲଘୁଚାପଟି ଅବପାତରେ ପରିଣତ ହେବା ନେଇ ଆକଳନ କରାଯାଇଛି.. ତେବେ ଓଡିଶା ଉପରେ ଲଘୁଚାପର ପ୍ରଭାବ କଣ ରହିବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ..

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଚିଠି .. ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିବା ରାଜ୍ୟର ଦାୟିତ୍ୱ.. ଟେଣ୍ଡର ଜାରି କରିବା, ପ୍ରିମୟମ ମୂଲ୍ୟର ଚୁକ୍ତି କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ଥିବା ନେଇ ଚିଠିରେ ଉଲ୍ଲେଖ

କୋରାପୁଟର ଶିମିଳିଗୁଡା ସବୁଠୁ ଥଣ୍ଡା ସହର.. ତାପାମାତ୍ରା ୭.୬ ରେକର୍ଡ.. ଜି.ଉଦୟଗିରି ୮.୨ ଡିଗ୍ରୀ.. ଦାରିଙ୍ଗବାଡି ୧୦ ଡିଗ୍ରୀ.. ୧୪ ଡିଗ୍ରୀ ତଳେ ୯ ସହରର ତାପାମାତ୍ରା

ଖୋର୍ଦ୍ଧା : ଗୁଡୁମ ବେଙ୍ଗିଟାଙ୍ଗି ଜଙ୍ଗଲରେ ମାଟି ତଳୁ ମୃତଦେହ ଉଦ୍ଧାର.. ଖୋଳା ଯାଇଥିବା ଗାତରେ ବ୍ଲିଚିଂ ପାଉଡର ଦାନାଦାର ପଡିଛି.. ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି ପୁଲିସ..

ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ , ଲୋକ ସେବକ ମଣ୍ଡଳ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଲକ୍ଷ୍ମୀ ବୀମା କମ୍ପାନୀର ପ୍ରତିଷ୍ଠାତା ପଞ୍ଜାବ କେଶରୀ ଲାଲା ଲଜପତ୍  ରାୟଙ୍କ ଆଜି ବଳିଦାନ ଦିବସ

ପଦ୍ମପୁର : ୩ ଦଫା ଦାବିରେ ୪୮ ଘଣ୍ଟିଆ ପାଇକମାଳ ବନ୍ଦ.. ପାଇକମାଳରେ ସିଏଚସି, ଜେଏମଏଫସି କୋର୍ଟ ସହ ଏନଏସି ଦାବିରେ ବନ୍ଦ ପାଳନ

ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆଙ୍କ ପରଲୋକ..ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ..ବିଳମ୍ବିତ ରାତିରେ ୮୦ ବର୍ଷ ବୟସରେ ପରଲୋକ

କରଞ୍ଜିଆ : ଭାରସାମ୍ୟ ହରାଇ ଗଛକୁ ପିଟି ହୋଇ ଓଲଟିଲା ବସ୍‍.. ୮ ଆହତ..ସକାଳେ ମହୁଲଡିହା ଥାନା ଘୁଳଘୁଳିଆ ନିକଟରେ ଘଟିଛି ଦୁର୍ଘଟଣା

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories