www.samajalive.in
Saturday, December 13, 2025
26.1 C
Bhubaneswar

ହାତରେ ଅଛି କି ଏହି ଚିହ୍ନ ? ଏମାନେ ହୋଇଥାଆନ୍ତି ବେଶ୍‍ ଭାଗ୍ୟଶାଳୀ

ହସ୍ତରେଖା ଶାସ୍ତ୍ରରେ ମନୁଷ୍ୟଙ୍କର ପାପୁଲିରେ ଥିବା ରେଖା ଭବିଷ୍ୟ ବିଷୟରେ ଅନେକ କିଛି ଜଣାଇଥାଏ । ଏହି ରେଖା ମଧ୍ୟରେ କିଛି ଏଭଳି ଚିହ୍ନ ରହିଛି, ଯାହା ଭାଗ୍ୟଶାଳୀ ହେବାର ସଙ୍କେତ ଦେଇଥାଏ । ହସ୍ତରେଖା ଶାସ୍ତ୍ରର ବିଶେଷଜ୍ଞଙ୍କ ମତରେ ହସ୍ତରେଖା ମଧ୍ୟରେ ମାଛ, ପତାକା, ପଦ୍ମ ଓ ମନ୍ଦିର ଭଳି ଅନେକ ଚିହ୍ନ ରହିଛି । ଯାହାକୁ ଖୁବ୍‍ ଶୁଭ ସଙ୍କେତ ବୋଲି କୁହାଯାଏ । ଏହାର ଏକ ବିଶେଷ ମହତ୍ତ୍ୱ ମଧ୍ୟ ରହିଛି । ଜାଣନ୍ତୁ..
କିଛି ବ୍ୟକ୍ତି ବିଶେଷଙ୍କ ହସ୍ତରେ ମାଛ ଭଳି ଚିହ୍ନ ରହିଥାଏ । ଯେଉଁମାନଙ୍କର ହସ୍ତରେ ଏଭଳି ଚିହ୍ନ ରହିଛି, ସେମାନେ ଉତ୍ତମ ବିଚାର ଧାରା ଓ ଧାର୍ମିକ ସ୍ୱଭାବର ହୋଇଥାଆନ୍ତି । ଖୁବ ଶାନ୍ତ ମଧ୍ୟ । ଦାନଧର୍ମ କରିବାରେ ରୁଚି ରଖିଥାଆନ୍ତି ।
ଯେଉଁମାନଙ୍କ ହସ୍ତରେଖାରେ ପତାକା ଭଳି ଚିହ୍ନ ରହିଥାଏ,ଏହାକୁ ମଧ୍ୟ ଶୁଭଙ୍କର ବୋଲି କୁହାଯାଏ । ଏହି ଚିହ୍ନ ଥିବା ବ୍ୟକ୍ତି ବିଶେଷ ଖୁବ ବୁଦ୍ଧିମାନ୍‍ ହେବା ସହ ବେଶ୍‍ ହସଖୁସିରେ ଜୀବନ ଅତିବାହିତ କରିଥାଆନ୍ତି । ଏମାନେ ଧାର୍ମିକ ହେବା ସହ ଏକ ଉତ୍ତମ ଲେଖକ ମଧ୍ୟ ହୋଇଥାଆନ୍ତି ।
ହିନ୍ଦୁ ଧର୍ମରେ ସ୍ୱସ୍ତିକ ଚିହ୍ନକୁ ଏକ ଶୁଭ ଚିହ୍ନ ବୋଲି କୁହାଯାଏ । ହସ୍ତରେଖାରେ ମଧ୍ୟ ଏହି ଚିହ୍ନ ରହିଥାଏ । ଯେଉଁ ବ୍ୟକ୍ତି ବିଶେଷଙ୍କ ହସ୍ତରେଖାରେ ଏହି ଚିହ୍ନ ଥାଏ,ସେମାନଙ୍କୁ ହଠାତ୍‍ ସମ୍ପତ୍ତି ପ୍ରାପ୍ତି ହୋଇଥାଏ । ଦାନଧର୍ମ କରିବାକୁ ମଧ୍ୟ ଏମାନେ ପସନ୍ଦ କରିଥାଆନ୍ତି ।
ହସ୍ତରେଖାରେ ପଦ୍ମର ଚିହ୍ନ ଥିଲେ ଏମାନେ ଖୁବ ଧାର୍ମିକ ଓ ଉଚ୍ଚ ଶିକ୍ଷିତ ହୋଇଥାଆନ୍ତି ବୋଲି ମାନ୍ୟତା ରହିଛି ।
ଯେଉଁ ବ୍ୟକ୍ତି ବିଶେଷଙ୍କ ହସ୍ତରେଖାରେ ତ୍ରିଶୂଳ କିମ୍ବା ମନ୍ଦିର ଭଳି ଚିହ୍ନ ରହିଛି, ସେମାନେ ଖୁବ ଭାଗ୍ୟଶାଳୀ । ଏହାସହ ଏହି ଚିହ୍ନ ଖୁବ କମ୍‍ ଲୋକଙ୍କ ହସ୍ତରେ ଥିବାର ଦେଖାଯାଏ । ଏହି ଚିହ୍ନ ଥିବା ବ୍ୟକ୍ତିବିଶେଷ ଧନୀ ହେବା ସହ ବିଳାସପୂର୍ଣ୍ଣ ଜୀବନଯାପନ କରିଥାଆନ୍ତି । ସମାଜରେ ଏମାନଙ୍କର ଖୁବ ମାନସମ୍ମାନ ମଧ୍ୟ ମିଳିଥାଏ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories