www.samajalive.in
Saturday, December 13, 2025
21.1 C
Bhubaneswar

ମଧୁପୁରଠାରେ ବ୍ଲକସ୍ତରୀୟ ସର୍ଗିଫୁଲ ଉତ୍ସବ

ଲାଞ୍ଜିଗଡ: ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସ୍କୁଲଗୁଡିକରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହିତ ସେସବୁ ଲୋକଲୋଚନକୁ ଆଣିବା ପାଇଁ ସର୍ଗିଫୁଲ ମହୋତ୍ସବର ପରିକଳ୍ପନା କରାଯାଇଛି । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ସ୍କୁଲ ସ୍ତରରେ ନିଜ ନିଜର ପ୍ରତିଭାର ବିକାଶ କରିବାକୁ ସୁଯୋଗ ପାଇପାରୁଛନ୍ତି ବୋଲି ଆଜି ଲାଞ୍ଜିଗଡ ବ୍ଲକ ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ବ୍ଲକସ୍ତରୀୟ ସର୍ଗିଫୁଲ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏଥିରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ମଧୁପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ରାଜେଶ କୁମାର ମହାରଣା, ବ୍ଲକ ମଙ୍ଗଳ ଅଧିକାରୀ ପଙ୍କଜ କୁମାର ବଳିୟାରସିଂହ, ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ, ସମିତିସଭ୍ୟା ସୁଚିତ୍ରା ମାଝୀ, ବାଣିପଙ୍ଗା ସ୍କୁଲର ପ୍ରଧାନଶିକ୍ଷକ ବସନ୍ତ କୁମାର ମାଝୀ, କାଉଗୁଡା ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ସୁପ୍ରଭା ଦୋରା, ମଧୁପୁର ସେବାଶ୍ରମର ପ୍ରଧାନ ଶିକ୍ଷକ ଗିରିଧାରୀ ବାରିକ, ଲାଞ୍ଜିଗଡ ଏସଏସଡି ହାଇସ୍କୁଲର ପ୍ରଧାନଶିକ୍ଷକ ପାର୍ଥବ ତାଣ୍ଡି ପ୍ରମୁଖ ଯୋଗ ଦେଇଥିଲେ । ନୃତ୍ୟ ପ୍ରତିଯୋଗିତାର ବିଚାରକ ଭାବେ ପ୍ରମୋଦ ପରିଡା ଓ ଲକ୍ଷ୍ମଣ ବାଗ ଦାୟିତ୍ୱ ତୁଲାଇଥିବାବେଳେ ଅନ୍ୟାନ୍ୟ ବିଭାଗର ବିଚାରକ ଭାବେ ସିଆରସିସି ତପନ କୁମାର ଭୋଇ, ଶିକ୍ଷକ ନରେନ୍ଦ୍ର ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଦାୟିତ୍ୱ ତୁଲାଇଥିଲେ । ମଧୁପୁର ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ବେଦବ୍ୟାସ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ତିନିଶହରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଶିକ୍ଷକ ପାର୍ଥ ଶବର ଓ ସୋନାଲିକା ପାଢୀ ମଞ୍ଚ ପରିଚାଳନା କରିଥିଲେ । ଏହି ଅବସରରେ ଶିକ୍ଷକ ସତ୍ୟବାଦୀ ନାଏକ, ନମିତା ମାଝୀ, ସସ୍ମିତା ସାହୁ, ଟାମସେନ ଭୋଇ, ସୁଧାଂଶୁଶେଖର ସାସମଲ, ସାରିକା ପଣ୍ଡା, ବସନ୍ତ ପାଣ୍ଡେ, ଦିଲିପ ସାହୁ, କୋକିଳ ଶବର, ପ୍ରେମାନନ୍ଦ ବେଶ୍ରା ପ୍ରମୁଖଙ୍କ ସମେତ ମଧୁପୁର ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଏହି ଅବସରରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ମାନପତ୍ର ସହିତ ସମ୍ବର୍ଦ୍ଧିତ କରିଥିଲେ ।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories