www.samajalive.in
Saturday, December 13, 2025
26.1 C
Bhubaneswar

ଡକାୟତି ଯୋଜନା ପଣ୍ଡ ; ୩ ଜୀବନ୍ତ ବୋମା ସହ ଖଣ୍ଡା ଜବତ, ୮ ଗିରଫ

ଗୋପାଳପୁର :  ବ୍ରହ୍ମପୁର ସହର ଉପକଣ୍ଠ ଟାମଣା-ଚିକିଟି ରାସ୍ତାରେ ଡକାୟତି ପାଇଁ ଯୋଜନା ଚାଲିଥିବା ବେଳେ ଉଚିତ ସମୟରେ ଗୋଳନ୍ଥରା ପୁଲିସ ପହଞ୍ଚି ଡକାୟତି ଯୋଜନାକୁ  ପଣ୍ଡ କରିବା ସହ ୮ ଜଣ ଡକାୟତକୁ ଗିରଫ କରିବାରେ ସକ୍ଷମ ହୋଇଛି । ସେମାନଙ୍କ ଠାରୁ ୩ଟି ଖଣ୍ଡା,  ଜୀବନ୍ତ ବୋମା, ୨ଟି ବୁଲେଟ ମଟର ସାଇକେଲ, ୪ଟି ଖାଲି ମଦ ବୋତଲ ଜବତ କରିବା ସହ ସମସ୍ତ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନେ‌ ହେଲେ ଗୋଳନ୍ଥରା ଥାନା ଅଧୀନ ଅରୁଆ ସୁନାପୁରର ଆଦିତ୍ୟ ମାଧବ ନାୟକ (୨୮), ସୁନାପୁରର ମନୋଜ ଦାଶ (୨୩),  ସନ୍ତୋଷ ଦାଶ (୨୩), ଚାନ୍ଦପୁର ଗାଁର ଏସ. ହୃଷିକେଶ ରାଓ (୨୮), ଧୀର ଦାଶ (୩୧), ରାଜେନ୍ଦ୍ର ଓରଫ ସିଲିପି ଦାଶ (୨୨), ଗୋପାଳପୁର ଥାନା ଗଞ୍ଜୁର ଅକ୍ଷୟ ଦାଶ (୨୦) ଏବଂ ଜରଡ଼ା ଥାନା ଅନ୍ତର୍ଗତ ମଦନପୁରର କେ. କ୍ରିଷ୍ଣା ରାଓ (୨୦) ବୋଲି ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି।
ପୁଲିସ ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ଘଟେକେଶ୍ୱର ନିକଟସ୍ଥ ପୁରୁଣା ପାଟଣା ରାସ୍ତାର ଏକ ନିର୍ଜନ ସ୍ଥାନରେ କିଛି ଯୁବକ ଏକାଠି ହୋଇ  ସନ୍ଦେହ ଜନକ ଅବସ୍ଥା ବସିଥିବା ସହ ଡକାୟତି ଯୋଜନା କରୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଳନ୍ଥରା ଥାନାଧିକାରୀ ଶ୍ରୀ ମହନ୍ତଙ୍କ ନେତୃତ୍ୱରେ ପୁଲିସ ଟିମ ସହ ସେଠାରେ ଚାରିପଟୁ ଘେରି ଯାଇ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି ଡକାୟତ ମାନେ ଏକ ବୋମା ପୁଲିସ ଉପରକୁ ଲକ୍ଷ୍ୟକରି ଫିଙ୍ଗି ସେଠାରୁ ଫେରାର ହେବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ  ପୁଲିସ ସମସ୍ତଙ୍କୁ କାବୁ କରିବାରେ ସଫଳ ହେବା ସହ ସେମାନଙ୍କ ଠାରୁ ଖଣ୍ଡା, ବୋମା, ଲୁହା ରଡ଼ ଆଦି ମାରଣାସ୍ତ୍ର ଜବତ କରିଥିଲା। ଡକାୟତମାନଙ୍କୁ ଥାନାକୁ ଆଣି ଜେରା କରାଯିବାରୁ ଚିକିଟି-ବ୍ରହ୍ମପୁର ରୋଡ଼ରେ ଯାତାୟାତ କରୁଥିବା ଗାଡିରୁ ଡକାୟତ କରିବା ପାଇଁ ଯୋଜନା କରୁଥିବା ସ୍ୱୀକାର କରିଥିବା ଥାନାଧିକାରୀ ଶ୍ରୀ ମହନ୍ତ ସୂଚନା ଦେଇଛନ୍ତି। ଏ ନେଇ ଗୋଳନ୍ଥରା ଥାନାରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories