www.samajalive.in
Saturday, December 13, 2025
26.1 C
Bhubaneswar

ବାପା-ମା’ଙ୍କୁ ହରାଇଥିବା ସ୍ବାଗତିକାର ପାଠପଢା ଖର୍ଚ୍ଚ ବହନ କଲେ ସମାଜସେବୀ ଶାନ୍ତା ଦାସ

ବାଲେଶ୍ୱର:ବରୁଣସିଂ ପଞ୍ଚାୟତ ଅଧିନସ୍ତ ସାହାର୍ଦା ଗ୍ରାମର ୫ମ ଶ୍ରେଣୀରେ ପଢୁଥିବା କୁନି ଝିଅ ସ୍ବାଗତିକା ବେହେରାର ସମସ୍ତ ପାଠପଢା ଖର୍ଚ୍ଚ ବହନ କରିଛନ୍ତି ସମାଜସେବୀ ତଥା ବରୁଣସିଂ ପଞ୍ଚାୟତର ସମିତିସଭ୍ୟା ଶ୍ରୀମତୀ ଶାନ୍ତା ଦାସ ଓ ଉଭୟ ବାପା ଓ ମାଙ୍କୁ ହରାଇବା ପରେ ସ୍ଵାଗତିକା ବର୍ତ୍ତମାନ ନିଜର ଦାଦା ଓ ଖୁଡିଙ୍କ ପାଖରେ ରହୁଛନ୍ତି ଓ ଦାଦା-ଖୁଡି ଆର୍ଥିକ ଦୃଷ୍ଟିରୁ ସ୍ଵଛଳ ନଥିବାରୁ ସ୍ଵାଗତିକାର ପାଠପଢା ପ୍ରଭାବିତ ହେଉଥିବା ସମିତିସଭ୍ୟା ଶାନ୍ତା ଦାସ ଜାଣିବା ପରେ ତା’ର ପାଠପଢା ଖର୍ଚ୍ଚ ବହନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ନିଜ ପ୍ରତିକ୍ରିୟାରେ ଶ୍ରୀମତୀ ଦାସ କହିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷାକୁ ଅଧିକ ବ୍ୟାପକ କରିବା ପାଇଁ ୫ମ ସ୍କୁଲ ସହ ମୋ-ସ୍କୁଲ, ମୋ-କଲେଜ ଅଭିଯାନ ଆରମ୍ଭ କରିଛନ୍ତି ଓ ମୁଁ ନିଜେ ମଧ୍ୟ ଶିକ୍ଷୟତ୍ରୀ ଭାବେ ଅନେକ ପିଲାଙ୍କୁ ପାଠ ପଢ଼ାଇଛି ଓ ତେବେ ଅଭାବ ଯୋଗୁଁ ଜଣେ ଶିଶୁ ପାଠପଢ଼ାରୁ ବଞ୍ଚିତ ହେବା ମୋତେ ଖୁବ ବ୍ୟଥିତ କରିଥିଲା ଓ ମୋ ଶଶୁର ସ୍ବର୍ଗତ ଅଭିମନ୍ୟୁ ଦାସ ନିଜେ ଅଧିକ ପଢି ନଥିଲେ ମଧ୍ୟ ପାଠକୁ ଖୁବ ଗୁରୁତ୍ୱ ଦେଉଥିଲେ। ଶଶୁରଙ୍କ ଅନେକ ସ୍ବପ୍ନରୁ ଆଜି ଗୋଟେ ପୂରଣ କରି ପାରିଥିବାରୁ ବୋହୁ ଭାବେ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି ଶ୍ରୀମତୀ ଦାସ କହିଥିଲେ।

- Advertisement -

ଶିଶୁ ଦିବସ ଭଳି ଏକ ଭଲ ଦିନରେ ଶ୍ରୀମତୀ ଦାସ ଜଣେ କୋମଳ ବାଳିକାର ପାଠପଢା ଦାୟିତ୍ୱ ନେବା କାର୍ୟ୍ୟକୁ ସ୍ଥାନୀୟ ସରପଞ୍ଚ, ୱାର୍ଡ଼ ମେମ୍ବର ସମେତ ସମସ୍ତ ଗ୍ରାମବାସୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି। ଅନ୍ୟ ଏକ କାର୍ୟ୍ୟକ୍ରମରେ ଶ୍ରୀମତୀ ଦାସ ଆଜି ନୀଳଗିରି ରୋଡ ଦାଶରଥି ହାଇସ୍କୁଲରେ ଅନୁଷ୍ଠିତ ଶିଶୁ ଦିବସ ଉତ୍ସବରେ ଯୋଗଦେଇ ପିଲାମାନଙ୍କ ସହ ସମୟ ଅତିବାହିତ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories