www.samajalive.in
Monday, December 8, 2025
13.1 C
Bhubaneswar

ବେଆଇନ ଗଞ୍ଜେଇ ଚାଷ ନଷ୍ଟ କଲା ପୁଲିସ ଓ ଅବକାରୀ ବିଭାଗ  

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ପୁଲିସ ପକ୍ଷରୁ ବ୍ୟାପକ ଗଞ୍ଜେଇ ଚାଷ କରାଯାଇଛି । ଗୋଛାପଡ଼ା ପଞ୍ଚାୟତର ବୁନ୍ଦୁଲି ଗ୍ରାମ ଅଞ୍ଚଳରେ ବେଆଇନ ଭାବେ ଗଞ୍ଜେଇ ଚାଷ ହୋଇଥିବା କୈାଣସି ସୁତ୍ରରୁ ଖବର ପାଇ  ଜିଲ୍ଲା ପୁଲିସ ଓ ଫୁଲବାଣୀ ଅବକାରୀ ବିଭାଗର ମିଳିତ ସହଯୋଗରେ

ଉକ୍ତ ଅଞ୍ଚଳରେ ଚଢ଼ାଉ କରି ପ୍ରାୟ ୯୩ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ବେଆଇନ ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଇଛି । ଏହି ଚଢାଉ ବେଳେ ମାଜିଷ୍ଟ୍ରେଟ ବିରଞ୍ଚି କହଁର, ସଦର ଏସଡିପିଓ ସୁପ୍ରସନ ମଲ୍ଲିକ, ଗୋଛାପଡ଼ା ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ, ଅବକାରୀ ସବ ଇନ୍ସପେକ୍ଟର ସୁରେଶ କୁମାର ତାଣ୍ଡି ଓ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ଉପସ୍ଥିତ ଥିଲେ । ଏଥିରେ ଗଛ କଟାଳି, ଶ୍ରମିକ ନିୟୋଜିତ ଥିବା ବେଳେ ଏ ସଂକ୍ରାନ୍ତରେ ଗୋଛାପଡା ଥାନାରେ ୧୩୯/୨୨ରେ ଏକ ମାମଲା ରୁଜୁ କରା ଯାଇଥିବା ଥାନା ଅଧିକାରୀ ଶ୍ରୀ ମୁନି ସୂଚନା ଦେଇଛନ୍ତି । ଏଥି ସହିତ ଏହା ଏବର୍ଷର ଜିଲ୍ଲାରେ ପ୍ରଥମ ଘଟଣା ବୋଲି ମଧ୍ୟ କହିଛନ୍ତି ।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories